ବିଶ୍ୱଶାନ୍ତି ନାରାୟଣ ଯଜ୍ଞ
ନିଶ୍ଚିନ୍ତକୋଇଲି : କେନ୍ଦୁପାଟଣା ପଞ୍ଚାୟତ ସ୍ଥିତ ରିଷୋ ଗ୍ରାମର ଗ୍ରାମଦେବତୀ ଚଣ୍ଡୀ ପୀଠରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଅଗ୍ନିଷ୍ଟୋମ ବିଶ୍ୱଶାନ୍ତି ନାରାୟଣ ଯଜ୍ଞ ଅନୁଷ୍ଠିତ ହୋଇଛି । ପବିତ୍ର ଚିତ୍ରୋତ୍ପଳା ନଦୀରୁ ଜଳ ଉତ୍ତୋଳନ କରାଯାଇ କଳସ ଶୋଭାଯାତ୍ରାରେ ମହିଳାମାନେ ଆସି ଯଜ୍ଞ ମଣ୍ଡପରେ ପହଞ୍ଚôବା ପରେ ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ ଓ ମଙ୍ଗଳ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ଦାମୋଦର ସ୍ୱାଇଁ ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀ ସ୍ୱାଇଁ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ପଣ୍ଡିତ ବିଜୟ କୁମାର ଶତପଥୀ, ରଘୁନାଥ ପଣ୍ଡା, ଉମାକାନ୍ତ ଦାଶ, ରାମଚନ୍ଦ୍ର ରଥ, ମଧୁସୁଦନ ପଣ୍ଡା ଯଜ୍ଞ ପୂଜା କାର୍ଯ୍ୟ କରୁଥିବା ବେଳେ ମନ୍ଦିର ପୂଜକ ଗୌତମ ପଣ୍ଡା ମନ୍ଦିର ପୂଜା କରିବା ସହିତ ଯଜ୍ଞ ପୂଜାରେ ସହଯୋଗ କରିଥିଲେ ନାପିତ ସେବକ ଗଗନବିହାରୀ ବାରିକ ପୂଜା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟହ ଗୀତାପାଠ, ଚଣ୍ଡି ଆହୂତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂଧ୍ୟାରେ ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନ ପରିବେଷଣ କରାଯାଥିଲା । ମହାଶିବରାତ୍ରୀ ଅବସରରେ ଯଜ୍ଞର ଦ୍ୱିତୀୟ ଦିବସ ଜାଗର ତିଥିରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଉଦେ୍ଦଶ୍ୟରେ ମହାଦୀପ ଉଠାଯାଇଥିଲା । ଗୁରୁବାର ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୂତୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଉକ୍ତ ଧାର୍ମିକ ଅନୁଷ୍ଠାନରେ ସମାଜସେବୀ ଶଶଧର ପଣ୍ଡା, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ଶିଳ୍ପପତି ଇଂ. ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ବିଜେପି ବରିଷ୍ଠ କାର୍ଯ୍ୟକତ୍ତାୟ କୁଞ୍ଜ ମୋହନ ସେଠୀ, କଂଗ୍ରେସ ସଂଗଠକ ଉତ୍ତମ କୁମାର ବେହେରା, ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା, ଆଇନଜୀବୀ ସରୋଜ ସାହୁ, ଯୁବ ସମାଜସେବୀ ବିଶ୍ୱେଶ୍ୱର ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇ ବିଭୁକୃପା ଲାଭ କରିଥିଲେ । ପରିଚାଳନା କମିଟି ପକ୍ଷରୁ ପ୍ରତ୍ୟେହ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ବେଳେ ଯଜ୍ଞ ପୂର୍ଣ୍ଣାହୂତୀ ସଂପନ୍ନ ହେବା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଯଜ୍ଞ ଚରୁଅନ୍ନ ବଣ୍ଟନ କରାଯାଇଥିଲା । ଉକ୍ତ ଉତ୍ସବକୁ ପରିଚାଳନାରେ ଯଜ୍ଞ ପରିଚାଳନା କମିଟି ଓ ରିସୋ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।