ପାହାଡ଼ ମାଫିଆ ପୋତିଦେଲେ ରାଣୀବନ୍ଧୀ ଡ୍ୟାମ କଳାପଥର ପାଇଁ ଉଜୁଡ଼ିଗଲା ଚାଷ, ନିଦ୍ରାରେ ବିଭାଗ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: କେନ୍ଦ୍ର ସରକାର କୃଷି ଉତ୍ପାଦନ ବୃଦ୍ଧିକୁ ବଜେଟରେ ପ୍ରାଥମିକତା ଦେଇଛନ୍ତି । କୋଟି କୋଟି ଟଙ୍କା ବଜେଟରେ ବରାଦ କରିଛନ୍ତି । ରାଜ୍ୟ ସରକାର ମଧ୍ୟ କୃଷି ଓ କୃଷକଙ୍କ ସାଙ୍ଗରେ ଅଛନ୍ତି ଏକଥା ଜଣାଇ ଦେଇଛନ୍ତି । କିନ୍ତୁ ଧର୍ମଶାଳାରେ ଚାଷୀ ନୁହେଁ କଳାପଥର ପାଇଁ ଚାଷ ଜମି ଉଜୁଡ଼ିଯିବାରେ ଲାଗିଛି । ଧର୍ମଶାଳାର ପାହାଡ଼ ମାଫିଆଙ୍କ ପାଇଁ ଚାଷଜମି ଉଜୁଡ଼ି ଯାଇଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗର କୁମ୍ଭ ନିଦ୍ରା ଭାଙ୍ଗୁନି । ଧର୍ମଶାଳା ପାହାଡ଼ ମାଫିଆ ପୋତି ଦେଲେ ରାଣୀବନ୍ଧୀ ଡ୍ୟାମ । ହେଲେ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରିଥିବା ବିଭାଗ କଳାପଥର ମାଫିଆଙ୍କ ପାଖରେ ବନ୍ଧା ପଡ଼ିଯାଇଛି । ଏଭଳି ଚିତ୍ର ଯାଜପୁର ଜିଲା ଧର୍ମଶାଳା ତହସିଲ ମହିସରା ପଞ୍ଚାୟତରେ ଦେଖିବାକୁ ମିଳିଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଷୀଙ୍କ ଉନ୍ନତି ପାଇଁ ମହିସରା ପଞ୍ଚାୟତର ବହୁ ଚର୍ଚ୍ଚିତ କଳାପଥର କେଳାଙ୍କାରୀର ମୁକୁଟ ପିନ୍ଧିଥିବା ରାହାଡ଼ପୁର ପାହାଡ଼ର ପାଦ ଦେଶରେ ରାଣୀବନ୍ଧ ଡ୍ୟାମ ନିର୍ମାଣ କରିଥିଲେ । ହେଲେ କଳାପଥର ମାଫିଆଙ୍କ ପାଇଁ ଅଶି ଦଶକରେ ନିର୍ମିତ ଡ୍ୟାମ ଆଜି ଅଚଳ ହୋଇପଡ଼ିଛି । ଅଶି ଦଶକରେ ଚାଷୀ ମାନଙ୍କ ଉଦେଶ୍ୟରେ ନିର୍ମାଣ କରାଯାଇଥିବା ଡ୍ୟାମ ଭିତରେ ମାଟି ଓ ଗୋଡି ପଶି ପୋତି ହୋଇଗଲାଣି ଓ ଡ୍ୟାମରେ ଆଉ ପାଣି ସଂରକ୍ଷଣ ହୋଇପାରୁନି ଓ ଡ୍ୟାମକୁ ସଂଯୋଗ କରୁଥିବା ନାଳ ଗୁଡିକ ପୋତି ହୋଇଗଲାଣି । ପାହାଡ଼ରେ ପଥର ମାଫିଆ ମାନେ କାମକରୁଥିବା ସମୟରେ ବାହାରୁ ଥିବା ମାଟିଗୁଡିକ ଏହି ଡ୍ୟାମ ମୁହଁରେ ପକାଇ ଦେଉଛନ୍ତି । ଯାହା ଫଳରେ ଆସ୍ତେ ଆସ୍ତେ ଏହା ପୋତି ହୋଇଗଲାଣି । ସଂପୃକ୍ତ ଡ୍ୟାନ ପୁନରୁଦ୍ଧାର ବା ମରାମତି ପାଇଁ ବଡ଼ଚଣା କ୍ଷୁଦ୍ର ଜଳସେଚନ ବିଭାଗ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରିଛି ।୨୦୨୨ମସିହା ଏପ୍ରିଲରେ ଡ୍ୟାମ ଉଦ୍ଧାର କରଣରେ ୩୨ଲକ୍ଷ୯୫ହଜାର ୧୩୨ଟଙ୍କା ଖର୍ଚ୍ଚ କରାଯାଇଥିଲା । ପୁଣି ଜୁନ ୨୦୨୨ରେ୧ଲକ୍ଷ ୬୨ହଜାର ଖର୍ଚ୍ଚ କରାଯଇଥିଲା । ଗୋଟିଏ ବର୍ଷରେ ୩୪ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ପରେ ବି ଅଦ୍ୟାବଧି ଚାଷ ଜମିକୁ ଡ୍ୟାମରୁ ପାଣି ମାଡ଼ିପାରୁନି । ଫଳରେ ଚାଷୀ ଇନ୍ଦ୍ରଦେବ ଉପରେ ଭରସା କରି ଚାଷ କରୁଛନ୍ତି । ବିଜେଡି ସରକାରରେ ଟଙ୍କା ମଞ୍ଜୁର ହୁଏ କିନ୍ତୁ ଲୋକଙ୍କ ହିତରେ ଲାଗିପାରେନା ଓ ଏହାର ଜ୍ୱଳନ୍ତ ଉଦାହରଣ ରାଣୀବନ୍ଧ ଡ୍ୟାମ ହୋଇଥିବା ବେଳେ କଳାପଥର ପାଇଁ ଏଠି ଚାଷୀଙ୍କ ପେଟରେ ଲାତ ମରାଯାଉଛି । ଦେଖିବାକୁ ବାକିରହିଲା ବିଗତ ଦିନର ଚାଷୀମାରଣ ସରକାର ଯିବା ପରେ, ଏବେ କାର ନୂତନ ସରକାରରେ କିଭଳି ଦୂର ହେଉଛି ଚାଷୀଙ୍କ ଦୁଃଖ ।