ଖଣ୍ଡପଡ଼ା-ବନମାଳୀପୁର ରାସ୍ତା ଉନ୍ନତିକରଣ ଦାବି
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ଜେଲଖାନା ଛକଠାରୁ କୁସୁମୀ ସେତୁ ଦେଇ ବନମାଳୀପୁରକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରୁ ଏବେ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଏହି ରାସ୍ତାଦେଇ ଦୈନିକ ଯାନବାହାନ ଗୁଡିକ ଚଳାଚଳ କରୁଥିବା ବେଳେ, ରାସ୍ତାର ଦୂରାବସ୍ଥା ଓ ସଂକୀର୍ଣ୍ଣତାକୁ ନେଇ ଚାଳକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖଣ୍ଡପଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତିକରଣ ସହ ପ୍ରଶସ୍ତୀକରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ପ୍ରକାଶଥାଉକି ରାସ୍ତାଟି ଖଣ୍ଡପଡା ସହରରୁ ବନମାଳୀପୁର ଗ୍ରାମ ଦେଇ ଭୁବନେଶ୍ୱରରୁ ଖଣ୍ଡପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର କାଚେରାସାହି ଛକକୁ ସଂଯୋଗ କରୁଥିବା ବେଳେ, ଦୁରତ୍ୱ କମ ଦୃଷ୍ଟିରୁ ଗତ କିଛିବର୍ଷ ହେଲା ଏହି ରାସ୍ତାଟି ଏକ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଗଣିତ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।