ମେଗା କ୍ରସର ଶିଳ୍ପକୁ ବିରୋଧ
ଖୋର୍ଦ୍ଧା: ମେଗା କ୍ରସର ଶିଳ୍ପକୁ ବିରୋଧ । କ୍ରସର ଶିଳ୍ପ ହେଲେ ବଢ଼ିବ ବେକାରୀ ସମସ୍ୟା ଏବଂ ବାୟୁ ପ୍ରଦୂଷଣ । ସେପଟେ ଏହାକୁ ସମର୍ଥନ ଜଣାଇଛି ଖୋର୍ଦ୍ଧା ଆଞ୍ଚଳିକ କ୍ରସର ସଂଘ । ଅନ୍ୟପଟେ ମେଗା କ୍ରସର କରୁଥିବା ଯୁବ ବ୍ୟବସାୟୀ କହିଛନ୍ତି, ସବୁକିଛି ସରକାରଙ୍କ ନିୟମ ଅନୁସାରେ କରାଯାଉଛି । ପୂର୍ବରୁ ଶ୍ରମିକମାନଙ୍କ ଅଭାବ ଯୋଗୁଁ ଅନେକ କ୍ରସର ବନ୍ଦ ହୋଇଯାଇଛି । ସେସବୁ ସମସ୍ୟା ଦୂର ହେବା ସହିତ ଜିରୋ ପଲୁ୍ୟସନରେ ଚାଲିବ ମେଗା କ୍ରସର । ଅନ୍ୟପକ୍ଷରେ ଖୋର୍ଦ୍ଧାର ଅନେକ କ୍ରସର ମାଲିକଙ୍କ ପାଖରେ ନାହିଁ ପଲୁ୍ୟସନ ସାର୍ଟିଫିକେଟ । ଖୋର୍ଦ୍ଧା ଜିଲ୍ଲାରେ ଅନେକ ପାହାଡ ଥିବାରୁ ଏଥିରୁ ବାହାରୁ ଥିବା ପଥର ଉପରେ କ୍ରସର ଶିଳ୍ପ ନିର୍ଭର କରିଥାଏ । ସେହି ଦୃଷ୍ଟିରୁ ସମୟ ସହିତ ବଦଳୁଛି କ୍ରସର ଶିଳ୍ପ । ପୂର୍ବରୁ କମ୍ ଚାହିଦା ଥିବାରୁ ଲୋକେ ହାତରେ ପଥରକୁ ଗୁଣ୍ଡ କରୁଥିଲେ । ପରେ ମାନୁଆଲ କ୍ରସର ଆଉ ଏବେ ଅତ୍ୟାଧୁନିକ ପ୍ରଣାଳୀରେ ସ୍ଥାପନ ହେଉଛି ମେଗା କ୍ରସର । ଖୋର୍ଦ୍ଧା ତହସିଲ ଛତ୍ରମା ମୌଜାରେ ଦୁଇଟି ମେଗା କ୍ରସର ସ୍ଥାପନକୁ ଉଭୟ ଛତ୍ରମା ଓ ଦୁର୍ଗାପୁର ଗ୍ରାମବାସୀ ବିରୋଧ କରିଛନ୍ତି । ମେଗା କ୍ରସର ସ୍ଥାପନ ହେଲେ ବେକାରୀ ସମସ୍ୟା ବଢିÿବା ସହିତ ଗ୍ରାମରେ ଥିବା ପୋଖରୀ, ଚାଷଜମି ଓ ପ୍ରାକୃତିକ ପରିବେଷ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଜରିଆରେ ଏହାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଦୁର୍ଗାପୁର ପଞ୍ଚାୟତ ଛତ୍ରମା ମୌଜାରେ ରହିଛି ଛୋଟ ବଡ ଅନେକ କ୍ରସର ଓ ପିଚୁ ପ୍ଲାଣ୍ଟ । ସେଥିମଧ୍ୟରୁ ଅନେକ କ୍ରସର ରାଜ୍ୟ ବିଭାଗର ନିୟମକୁ ମାନୁ ନାହାନ୍ତି । ସେହିପରି ଅନେକ କ୍ରସର ଜିଏସ୍ଟି ଫାଙ୍କୁ ଥିବାର ମଧ୍ୟ ଅଭିଯୋଗ ହୋଇଛି । ଏମିତିରେ ସମୟ ସହିତ ତାଳ ଦେଇ ଏବେ କ୍ରସର ୟୁନିଟ୍ ଆଧୁନୀକରଣ ହେଉଛି । ଯେଉଁଥିରେ ଅତ୍ୟାଧୁନିକ ମେସିନ ଲାଗିବା ସହିତ କୌଣସି ପ୍ରଦୂଷଣ ଯେପରି ନ ହେବ ସେଥିପାଇଁ କ୍ରସର ଚାରିପଟେ ପାଚେରୀ ସହିତ ଗଛ ଲଗାଯିବ ପାଣି ପାଇପ୍ ଲଗେଇ ସ୍ପ୍ରିଙ୍କଲର ଏବଂ ଡଷ୍ଟ ଉଡୁଥିବା ଜାଗାରେ ସ୍କ୍ରିନ ପକାଯିବ ସେସବୁ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ସମସ୍ତ ନିୟମ ଅନୁସାରେ ନିର୍ମାଣ ହେଉଛି ୨୦୦ ଟିପର ମେଗା କ୍ରସର ୟୁନିଟ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସମସ୍ତ କ୍ରସର ୟୁନିଟର ଅନୁମତି ଉପରେ ତଦନ୍ତ ଦାବି କରିଛନ୍ତି ଯୁବ ବ୍ୟବସାୟୀ । ପୂର୍ବରୁ ଶ୍ରମିକ ସମସ୍ୟା ହେବାରୁ ଅନେକ କ୍ରସର ବନ୍ଦ ହୋଇଯାଇଛି । ତେବେ ଅନ୍ୟାଧୁନିକ ମେଗା କ୍ରସର ସ୍ଥାପନ ହେଲେ ଅଞ୍ଚଳର ଆର୍ଥôକ ବିକାଶ ହୋଇ ପାରିବ । ସେପଟେ ଗ୍ରାମବାସୀ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ବେଳେ ଜିଲ୍ଲାପାଳ କ’ଣ ପଦକ୍ଷେପ ନେଇଛନ୍ତି ଅପେକ୍ଷା ନ କରି ଆଜି ଆନେ୍ଦାଳନକୁ ଓହ୍ଲାଇବା କେତେ ଦର ଠିକ୍ ବୋଲି କେତେକ ପ୍ରଶ୍ନ କରିଛନ୍ତି । ସେହିପରି ଅନେକ କ୍ରସର ଅଛି ଯାହାର କାଗଜପତ୍ର ଠିକ ନାହିଁ ସେସବୁ କ୍ରସର ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ।