ଚାଷୀଙ୍କୁ ସିଞ୍ଚନ ଯନ୍ତ୍ର ଓ ସଚେତନତା କର୍ମଶାଳା
ଜଟଣୀ: ଜଟଣୀ : ଜଟଣୀ ବ୍ଲକ୍ ଅନ୍ତର୍ଗତ ବଡତୋଟା ଠାରେ ଅବସ୍ଥିତ ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ ସଙ୍ଘ ଆନୁକୂଲ୍ୟରେ ବିହନ ନିଗମ ପକ୍ଷରୁ ବ୍ଲକ କୃଷି କାର୍ଯ୍ୟାଳୟ ସଭା କକ୍ଷରେ ଟାଙ୍ଗୀ, ପୁରୀ, ବେଗୁନିଆ ଓ ଜଟଣୀ ବ୍ଲକ୍ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀଙ୍କୁ କାର୍ଯ୍ୟରେ ବ୍ୟବହୃତ ସିଞ୍ଚନ ଯନ୍ତ୍ର ବିନା ମୂଲ୍ୟରେ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ସେନାପତି, ଉପ ମୁଖ୍ୟଧିକାରୀ ମନୋରଞ୍ଜନ ରାଉଳ, ଜଗଦୀଶ ମିଶ୍ର, ଜଟଣୀ ବ୍ଲକ କୃଷି ଅଧିକାରୀ ପଦ୍ମଜା ପଟ୍ଟନାୟକ, ଏଓଓ ଲକ୍ଷ୍ମୀପ୍ରିୟା ମାଝୀ ରାଷ୍ଟ୍ରୀୟ ବିହନ ନିଗମର ରିଜିଓନାଲ ମ୍ୟାନେଜର ଆସୀନ ଗ୍ୟାଙ୍ଗୱାର, ବିପଣନ ପ୍ରଭାରୀ ଶୈଳେନ୍ଦ୍ର ପାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୟ ନାହକ, ମୋନା କୁମାରୀ, ଦିବାକର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଗୋପବନ୍ଧୁ ମହିଳା ଉଦ୍ୟୋଗ ପକ୍ଷରୁ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ପ୍ରକାର ଦ୍ରବ୍ୟର ପ୍ରଦର୍ଶନ କରାଯାଇଥିଲା ।