ବୁଥ ସ୍ତରୀୟ ଅଧିକାରୀଙ୍କ କର୍ତ୍ତବ୍ୟ ପ୍ରଶିକ୍ଷଣ ଶିବିର
ଚମ୍ପୁଆ : ଚମ୍ପୁଆ ବ୍ଲକ ସଭାଗୃହରେ ବୁଥ ସ୍ତରୀୟ ଅଧିକାରୀମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ଚୁନୁ ହାଁସଦା, ସହକାରୀ ଜିଲ୍ଲାପାଳ ଫୁରଲାଇ ବେହେରା , ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା ଆଦି ସମ୍ବଳ ବ୍ୟକ୍ତିତ୍ୱ ପ୍ରମୁଖ ଉପସ୍ଥିତ ରହି ବିଏଲଓ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ପାଇଁ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ରତ୍ୟେକ ଭୋଟରଙ୍କୁ ଆବଶ୍ୟକୀୟ ସୂଚନା ଏବଂ ସ୍ୱପ୍ରମାଣିତ ଦସ୍ତାବିଜ ସହ ପରିଚାଳନା ଫର୍ମ ବିଏଲଓ ମାନଙ୍କୁ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଭୋଟରଙ୍କ ଠାରୁ ପରିଗଣନା ଫର୍ମ ପୂରଣ ହୋଇଥିବା ନକଲ ସଂଗ୍ରହ କରିବା ପାଇଁ ବୁଥସ୍ତରୀୟ ଅଧିକାରୀମାନେ ପୁଣିଥରେ ପ୍ରତ୍ୟେକ ଘରକୁ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ଅବଗତ କରାଯାଇଥିଲା ।ବିଏଲଓ ମାନେ ଆବଶ୍ୟକୀୟ ଦସ୍ତାବିଜ ସହ ଗଣନା ଫର୍ମର ଗୋଟିଏ ନକଲ ତାଙ୍କ ପାଖରେ ରଖିବେ ଏବଂ ଗଣନା ଫର୍ମର ଅନ୍ୟ ଏକ ନକଲ ଆବେଦନକାରୀଙ୍କୁ ଦେବେ ଏବଂ ସେହି ନକଲର ଫର୍ମ ପ୍ରାପ୍ତିର ଏକ ସ୍ୱୀକୃତି ଦେବେ । ଆଜିର ଏହି ଶିବିରରେ ମୋଟ ୪୫ଜଣ ଜଣ ବିଏଲଓ ଓ ସୁପରଭାଇଜର ଯୋଗ ଦେଇଥିଲେ ।