ଜନ ଅଭିଯୋଗ ଶୁଣାଣି ଶିବର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ବରିଷ୍ଠ ଅଧିକାରୀମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୫୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୮ଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ/ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୩ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍କାର୍ଡ ସମସ୍ୟା ୪ଟି, ଜମିଜମା ସମସ୍ୟା ୮ଟି, ଭତ୍ତା ପାଇଁ ୯ଟି, ପୁଲିସ ସହାୟତା ପାଇଁ ୨ଟି ଓ ଅନ୍ୟାନ୍ୟ ୧୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଗୋଟିଏ ଅଭିଯୋଗର ତକ୍ରାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା, ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ପତି, ତହସିଲଦାର ସଞ୍ଜୟ କୁମାର ବେହେରା, ବ୍ଲକ୍ ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ