ସାଇବର କ୍ରାଇମ୍ ସଚେତନତା ଶିବିର 

 ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟାଶ୍ରୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଓ ସାଇବର କ୍ରାଇମ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । 
ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ବିମଳକୁମାର ମଲ୍ଲିକଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସ୍ମିତସ୍ୱାଗତ ପରିଡା, ଅବସରପ୍ରାପ୍ତ ପ୍ରାଣୀଚିକିସôକ ରଘୁନାଥ ବେହେରା, ଶିକ୍ଷକ ଓମପ୍ରକାଶ ବାରିକ, ସମାଜସେବୀ ସମୀର ବେହେରା, ଲକ୍ଷ୍ମଣ ସିଂ, କ୍ରିଷ୍ଣାକୁମାରୀ ପଣ୍ଡା, ପ୍ରଜ୍ଞାପରିମିତା ନାୟକ, ସଂଜୟ ମହାନ୍ତି, ତପନକୁମାର ଗନ୍ତାୟତ, ସତ୍ୟବ୍ରତ ସାହୁ, ଅଶୋକ ବେହେରା ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟରେ ରକ୍ତଚାପ, ହିମୋଗ୍ଲୋବିନ, ଡାଇବେଟିସ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଅଂଶୁଘାତରୁ ରକ୍ଷା ପାଇବା ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ପ୍ରକାର ସାଇବର ଠକେଇ ଶିକାର ନହେବାକୁ ସଚେତନା କରାଯାଇଥିଲା ।