ବୃକ୍ଷରୋପଣ କାର୍ଯ୍ୟକ୍ରମ

 ଜୟପୁର : ବିକାଶ ସଂକଳ୍ପ ଫାଉଣ୍ଡେସନ ଓ କେଶବ ସେବା ଟ୍ରଷ୍ଟର ମିଳିତ ପ୍ରୟାସ ରେ ବାଲିଆ ପଞ୍ଚାୟତ ସ୍ଥିତ କୁନ୍ତରଖାଲ ଗ୍ରାମ ଠାରେ ବୃକ୍ଷ ରୋପଣ କରାଯାଇଥିଲା ।ଗଛ କୁ ଭଲ ପାଉଥିବା ଅନେକ ଗ୍ରାମବାସୀଙ୍କୁ ଫାଉଣ୍ଡେସନ ତରଫରୁ ସେମାନଙ୍କୁ ବୃକ୍ଷ ବନ୍ଧୁ ଘୋଷଣା କରି ସେମାନଙ୍କୁ ୨ ଟି ଲେଖାଏଁ ଗଛର ଦାଇତ୍ୱ ଦିଆଯାଇଥିଲା । ଗ୍ରାମବାସୀ ମାନେ ଆଗ୍ରହ ଓ ଉସôାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ଶତାଧିକ ଔଷଧୀୟ ଗଛ ଲଗେଇଥିଲେ ତତ ସହିତ ଗ୍ରାମବାସୀ ଙ୍କୁ ବିଭିନ୍ନ ଫଳ ଗଛ ଯଥା ମୁନିଙ୍ଗା, ଅମୃତଭଣ୍ଡା, ପିଜୁଳି, କାଜୁ ବଣ୍ଟା ଯାଇଥିଲା । ଏହା ସହିତ ସେମାନଙ୍କୁ ଆବଶ୍ୟକୀୟ ଜୈବିକ ସାର ଯୋଗାଇ ଦିଆଗଲା ଏବଂ ନିଜସ୍ୱ ରୋଷୋଇ ପରିବା ବଗିଚା କରି ଦୈନଦିନ ଆବଶ୍ୟକତା ପୂରଣ କରିବା ପାଇଁ ସଚେତନ କରାଗଲା । କାର୍ଯ୍ୟକ୍ରମରେ କେଶବ ସେବା ଟ୍ରଷ୍ଟ ଏବଂ ବିକାଶ ସଂକଳ୍ପ ଫାଉଣ୍ଡେସନରୁ ଡ. ନିରଞ୍ଜନ ମିଶ୍ର, ନିରାକାର ଚୌଧୁରୀ, ଡମ୍ବୁରୁ ପାଣିଗ୍ରାହୀ, ପାର୍ଥ ସାରଥି ପଣ୍ଡା, ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ  ।