ଆମ ଗାଁରେ ତହସିଲ କାର୍ଯ୍ୟାଳୟ’

 ରାଜକନିକା : ରାଜକନିକା ତସିଲ ଅନ୍ତର୍ଗତ ଭାରିଗଦା ପଞ୍ଚାୟରେ "ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କନିକା ତହସିଲଦାର ଭାନୁମତ ମାଝୀ ଉପସ୍ଥିତ ରହି ଏହାକୁ ଆନୁଷ୍ଠାନିକା ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳ ଲୋକମାନେ ନିଜ ଘର ପାଖରେ ସବୁ ସୁବିଧା ପାଇପାରିବେ ଏହା ସହିତ ୨-ଖାନା ସଂଶୋଧନ, ଇ-ପାଉତି, ଓଏଲ୍ଆର୍ ୮(ଏ), ମିୟୁଟେସନ କେଶ, ବସୁନ୍ଧରା ସ୍କମି, ମିସ୍ ସାଟିଫିକେଟ, ସିଙ୍ଗଲ ଆର୍ଟି, ବିସିପି କେସ୍, ଏନ୍କ୍ଲୋଜମେଣ୍ଟ କେସ୍ ପରି କାର୍ଯ୍ୟ ଗୁଡିକ ନିଜ ଗାଁରେ ପେଇପାରିବେ । ଏହି କାର୍ଯ୍ୟକ୍ରମ ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକାରେ ସମାପ୍ତ କରାଯାଇଥିଲା ତହସିଲ ସମ୍ପର୍କିତ ବହୁବିଧ ସମସ୍ୟା ନେଇ ମୋଟ ୨୧୨ ଟି ଆବେଦନ ଗ୍ରହଣ କରାଯାଇଥିଲା  ।  ଅନ୍ୟମାନଙ୍କ ମଧ୍ୟରେ ଭରିଗଦା ପଞ୍ଚାୟତର ସରପଞ୍ଚ ମିନା କୁମାରୀ ମଲିକ, ଅତିରିକ୍ତ ତହସିଲଦାର ବେବଲାଭ ସେଠି, ଆରଆଇ କରୁଣାକର ମଲ୍ଲିକ, ଶତୀଶ ରଞ୍ଜନ ବେହୁରା, ସୁଚିତ୍ର ରାଉତ, ବିଭୁଦତ ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଥିଲେ  ।