ବୃଦ୍ଧବୃଦ୍ଧାଙ୍କର ସମସ୍ୟା

ଅଜୟ କୁମାର ବେହେରା : ପୁଅବୋହୂ ଅନେକ ସ୍ଥଳରେ ଅତିଷ୍ଠ କରିବା ଶୁଣାଯିବାରୁ ବୁଢ଼ା ବାପା ବୁଢ଼ୀମା ଅସହାୟ ମନେ କରନ୍ତି । ଯଦି ଝିଅଘର ଅଛି ଜାମାତାର କୁଣିଅାଁ ମର୍ଜି, ଇଛାରେ ପକ୍ଷେ ମାସେ ପରେ ସେବି ବିମୁଖ ହୋଇପାରନ୍ତି । ସେବା କରିବାକୁ କେହି ନାହାଁନ୍ତି । ସର୍ବତ୍ର ହାହାକାର । ରାଜବଳ ସମସ୍ତଙ୍କର ଅଛି ବୋଲି ଏକ ଲୋକ ପ୍ରଚାର ଅଛି । ହେଲେ ରାଜାଙ୍କୁ ଦରଖାସ୍ତ ଗୁହାରୀ ନକଲେ ସେ ଜାଣିବାର ଉପାୟ ନାହିଁ । ରାମ ରାଜ୍ୟପରି ଡର ବ୍ୟବସ୍ଥା ଏ ସମୟରେ ନରହିଁ ଯେ ରାଜା ଅନ୍ଧାରୀ ବିଜେ କରି ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତ୍ୟକ୍ଷ ଦର୍ଶନ କରିବେ । ଗଣତନ୍ତ୍ରରେ ଲୋକେ, ଲୋକଙ୍କୁ ଶାସନ କରୁଛନ୍ତି । ଯେଉଁ ଲୋକଟି ଶାସନରେ ଅଛି ତା ଉପରେ ବୋଝ ପୁଣି ନଳିତା ବିଡ଼ା ସମସ୍ୟା । ସମୟ କମକୁ ଅଧିକ ସମସ୍ୟାକୁ ଅଧିକ ଅଧିକ କର୍ମ ପରିସର । ତେଣୁ ନେତା, ଉପନେତା, କୁଜିନେତା ଶାଖା ଖୋଲିଛି । ବୁଢ଼ାବୁଢ଼ୀଙ୍କ ଦେୟ କ୍ଷମତା ନାହିଁ  ।କେବଳ ଟିକେ ସାହାରା ପାଇ ନେହୁନ ହୋଇପାରିଛି ବୟସ ହୋଇ ବି ନମସ୍କାର ବାରାର କରୁଛନ୍ତି । ଜବାବ ମିଳେ ଆମେ ଲେଖିଛୁ , ଭାଇ କହିଛନ୍ତି ପ୍ରସେସିଂ ଚାଲିଛି । ଏମିତିକି କିଛି ଲୋକ ଅପେକ୍ଷାରତ ଆଉ କିଛି ବୁଢ଼ାବୁଢ଼ୀ କୁଜିନେତାଙ୍କୁ ପାନଖିଆ ଦେଇ ବି ହତାଶ ହୁଅନ୍ତି । ଏବେ ତ ପାନର ମୂଲ୍ୟ ନଗଣ୍ୟ ଏବେ ପାନ କହିଲେ ମଦ୍ୟପାନକୁ ଧରିବାକୁ ହେଉଛି । ମଦ୍ୟ ପୁଣି ଖଜୁରୀ ତାଡ଼ି ନୁହଁ ଦେଶୀ ଚୁଲେଇ ମାଲ ନୁହେଁ, ଏକବାରେ ବିଲାତି ମାଲ । ଏତ ପେଟରେ ପଡ଼ିଗଲେ ବ୍ରହ୍ମାଣ୍ଡ ଦର୍ଶନ ଇନ୍ଦ୍ରଭୁବନ ଦୁଇ ପାଦ । ଅର୍ଜ୍ଜୁନ ବିଶ୍ୱରୂପ ଦର୍ଶନ ମାର୍ଗ, ଏବେ ନାଲିପାଣିର କରାମତି ତୁରନ୍ତ କାର୍ଯ୍ୟକାରୀ ଦିଲ୍ଲୀରୁ ପ୍ରଶାସନ କ'ଣ ରାଜ୍ୟ ପ୍ରଶାସନ କ'ଣ ସବୁ ନାଲିପାଣିଆଙ୍କର ହାତ ମୁଠାରେ ଅଛି । ନାଗରିକ ସୁରକ୍ଷା ପାଇଁ ସରକାର ଫନ୍ଦା ବନେଇଛନ୍ତି । ହେଲେ ମାହାରାରେ ପାଣି ଆସୁଛି କି ନାହିଁ କେହି ନିରୀକ୍ଷକ ନାହାଁନ୍ତି, ଯଦି ଅଛନ୍ତି ସେମାନେ ଲହତି ଗଣି ଧନୀ ହେବା ସ୍ୱପ୍ନ ମାର୍ଗରେ ରହିଛନ୍ତି । ନିରୀକ୍ଷକ ଗଣ ନିରୀକ୍ଷଣକାରୀ ରାଜଧାନୀରେ କାଗଜ କଲମ ଚାଷରେ ବ୍ୟସ୍ତ । ବ୍ୟବସ୍ଥାପକ ମାନେ ବ୍ୟବସ୍ଥା କରିବାକୁ ଶପଥ କରିଛନ୍ତି କିନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀରେ କ'ଣ କ'ଣ ଅଛି କଣ କଣ ଦରକାର? କି ସମସ୍ୟା ବଢ଼ୁଛି? କି ସମସ୍ୟା ଆଗକୁ ଆସିପାରେ? କେତେ ବୁଢ଼ାବୁଢ଼ୀ, କେତେ ଯୁବକ ଯୁବତୀ, ଆଉ କେତେ ବିବାହ ସମୟ ଅତିକ୍ରାନ୍ତ ହେଉଥିବା ଯୁବତୀ, କେତେ ବୃ୍‌ତ୍ତି ବିହୀନ ଯୁବକ କେତେ ଚାଷ ଜମି ପଡ଼ିଆ, କେତେ ଚାଷଜମିରେ ମାମଲା କଣ କଣ ଫସଲ ହୋଇପାରନ୍ତା, କଣ କଣ ଦ୍ରବ୍ୟର ଲୋକ ଚାହିଦା ଅର୍ଥାତ୍‌ ସେଠାରେ ଚାଷ ହେଉନାହିଁ । ବାହାରକୁ କଣ କଣ ଯାଉଛି । ବାହାରୁ କଣ କଣ ଆସୁଛି, ଏକଥା ବୁଝିବା ତଦାରଖ କରିବା ଦାୟିତ୍ୱ କାହାର? କୁହାଯାଉଛି ଜରାନିବାସ, ନିଜେ ଏଇ ଚଳନ୍ତି ପ୍ରତିମା ଏମଏଲଏ, ଏମପି ଭାଇମାନେ ଜରାବେଳେ ସେ ନିବାସକୁ ଯିବେ କି? ଯେଉଁଠିକି ପାଇଁ ସେ ଯିବା ଆବଶ୍ୟକ ନାହିଁ ସେପରି ବ୍ୟବସ୍ଥାରେ ଭାଗୁଆଳି କଣ ରାଜ୍ୟ ବା ଦେଶ ସରକାର କାନୁନରେ କରିହେବନାହିଁ । ବୁଢ଼ାବୁଢ଼ୀର ଅନେକ ଅନୁଭୂତି । ସେ ଅନୁଭୂତିରୁ ପୂର୍ବେ କୌଳିକ ବୃତ୍ତି ଉଜ୍ଜୀବିତ ରହିଥିଲା । ଏବେ ଏତେ ବୁଢ଼ାବୁଢ଼ୀ । ପଚାରନ୍ତୁତ  ତାଙ୍କର ଜୀବନ ଚର୍ଯ୍ୟା । ପାଟକ ବୃତ୍ତିକୁ ସରକାର ରଦ୍ଧ କରିଛନ୍ତି ମାନେ ସମସ୍ତେ ସବୁ ପ୍ରକାର ବୃତ୍ତି କରି ବଞ୍ôଚ ପାରିବେ ।  କିଏ ସରକାରରୁ କ'ଣ ପାଆନ୍ତି ଭାଗ ସମ୍ବନ୍ଧ, ଜମି ମାଲିକ ଠାରୁ କଣ ପାଆନ୍ତି, ଏକଥା କିଏ ବୁଝନ୍ତି କି? କୃଷି କ୍ଷେତ୍ରର ମୂଲିଆ ହଳ କରିବା, ଧାନ ବୁଣିବା, ତଳି ପକାଇବା, ବେହୁଡ଼ିବା, ବାଛିବା, ଧାନ କ୍ଷେତ୍ରରେ ଔଷଧ ସାର ପକାଇବା, ଧାନ କାଟିବା, ଅମଳ କରିବାରେ ଯେଉଁମାନେ ମୁତୟନ ସେମାନଙ୍କ ପାଇଁ ସରକାର କ'ଣ କରୁଛନ୍ତି । ସବୁ ପଞ୍ଚାୟତ ସ୍ତରରେ ଚାଷଜମି ଅଛି । ସେଠାରେ କେତେ ଏପରି ବୃତ୍ତିଜୀବୀ ଅଛନ୍ତି ଏହାର ସୁମାରୀ ହେଲାଣି କି? ବୁଝିବାକୁଗଲେ ଜମି ମାଲିକ ଏପରି କୃଷି ଶ୍ରମିକଙ୍କର ସରକାର । ଏପରି ପୂର୍ବରୁଥିଲା ଏବେ ଏହା ହିଁ ରହିବା ବୋଧ ହେଉଛି । ଆର୍ଥିକ ଅନୁନ୍ନତ ପରିବାର ସେ ଏବେ ବୁଢ଼ାବୁଢ଼ୀଙ୍କ ସମସ୍ୟା ଯଦି ସରକାର ପ୍ରଜାଙ୍କ ମାଆବାପା ତେବେ ତୁରନ୍ତ ବ୍ୟବସ୍ଥା କରନ୍ତୁ ଖାଲି କାନୁନ କଲେ ହେବନାହିଁ, କାନୁନ କିପରି କାର୍ଯ୍ୟକାରୀ ହେବ ଖୋଜ କରନ୍ତୁ । 
ମୋ : ୯୪୩୭୦୩୧୨୫୩