କରଜ ଟଙ୍କା ନ ଶୁଝି ବନ୍ଧାହେଲା ଠକ

ଭୁବନେଶ୍ୱର, ୧୪ା୧୨ : ବ୍ୟବସାୟ କରିବା ଉଦେ୍ଦଶ୍ୟରେ  ୧୦ ଲକ୍ଷ ଟଙ୍କା ଧାର ନେଇ ପରେ ତାକୁ ନ ଶୁଝିବା ପଡ଼ିଛି ମହଙ୍ଗା । ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲାର ଅନୁପ୍ ପଟ୍ଟନାୟକ । ଏଠାରେ ସେ ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣୀ ଅଞ୍ଚଳରେ ରହିଆସୁଥିଲେ ।
 ସୂଚନା ଯୋଗ୍ୟଯେ, ଗତ ୨୦୨୩ ମସିହାରେ ଅଭିଯୁକ୍ତ ଅଭିଯୋଗକାରୀ ସୁରଜ କୁମାର ରାଜଙ୍କ ପାଖରୁ ବ୍ୟବସାୟ କରିବା ଉଦେ୍ଦଶ୍ୟରେ ନଗଦ ୧୦ ଲକ୍ଷ ଟଙ୍କା କରଜ କରିଥିଲେ । ଏହି କରଜ ବାବଦକୁ ଅଭିଯୁକ୍ତ ଗତ ଫେବୃୟାରୀ ମାସରେ ୧.୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । ପୁନଶ୍ଚ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଦୁଇଟି ଚେକ୍ ମାଧ୍ୟମରେ ମୋଟ ୮.୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ଅଭିଯୁକ୍ତ ଦେଇଥିବା ଚେକ୍ ମଧ୍ୟରୁ ଏକ ଚେକ୍ ବାଉନ୍ସ ହୋଇଯିବା ହେତୁ ଅଭିଯୋଗକାରୀ ମୋଟ ୫ ଲକ୍ଷ ଟଙ୍କା ଫେରସ୍ତ ପାଇପାରିଥିଲେ । ହେଲେ ବାକି ବକେୟା ଟଙ୍କା ଫେରସ୍ତ ଲାଗି ଅଭିଯୁକ୍ତକୁ ଯୋଗଯୋଗ କରିବାକୁ ଚେଷ୍ଟା କରୁଥିବା ସତ୍ତ୍ୱେ ବିଫଳ ହୋଇଥିଲେ । ଗତକାଲି ଅଭିଯୋଗକାରୀ ଟଙ୍କପାଣିସ୍ଥିତ କେଏମ କନଭେନସନକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଭେଟିଥିଲେ ଓ ସେଠାରେ ତାଙ୍କା ବକେୟା ଟଙ୍କା ମାଗିଥିଲେ ଏହାସହ ସେଠାରେ ହିଁ ପିସିଆର ଭ୍ୟାନକୁ ଡାକିଥିଲେ । ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।