ପୁଅକୁ ଛୁରି ଭୁସି ବାପ ଗିରଫ

ପୁଅକୁ ଛୁରି ଭୁସି ବାପ ଗିରଫ

ଧୂଷୁରୀ, ୨୬ା୯ : ପୁଅକୁ ଛୁରୀରେ ଆକ୍ରମଣ କରିବା ଅଭିଯୋଗରେ ଧୂଷୁରୀ ପୁଲିସ ଅଭିଯୁକ୍ତ ବାପକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ଧାମନଗର ବ୍ଲକର କୋଠାର ଅଞ୍ଚଳରେ । କୋଠାର କଚେରୀ ଦାଣ୍ଡ ଅଞ୍ଚଳର ମିନାରାଣୀ ସେଠୀ(୨୬)ଙ୍କ ଅଭିଯୋଗ ଅନୁଯାୟୀ ତିନିଦିନ ତଳେ ପାରିବାରିକ ବିବାଦକୁ କେନ୍ଦ୍ରକରି ତାଙ୍କ ସ୍ୱାମୀ ରାଜ୍‌ କିଶୋର ନାୟକ(୩୦)ଙ୍କୁ ଶଶୁର ଶ୍ୟାମ ସୁନ୍ଦର ନାୟକ, ଶାଶୁ ଉର୍ମିଳା ନାୟକ ଏବଂ ନଣନ୍ଦ ରଞ୍ଜିତା ନାୟକ ଆକ୍ରମଣ କରିଥିଲେ । ଏହି ସମୟରେ ଉତକ୍ଷିପ୍ତ ହୋଇ ଶ୍ୟାମ ସୁନ୍ଦର ଏକ ଧାରୁଆ ଛୁରୀରେ ପୁଅ ରାଜ୍‌ କିଶୋରଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେଟରେ ଭୁଶି ଦେଇଥିଲେ । ଉର୍ମିଳା ଓ ରଞ୍ଜିତା ମଧ୍ୟ ମୀନାଙ୍କୁ ଆକ୍ରମଣ କରିଥିଲେ । ରାଜ୍‌ କିଶୋର ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି । ସ୍ତ୍ରୀ ମୀନାରାଣୀଙ୍କ ଅଭିଯୋଗ ଆଧାରରେ ଧୂଷୁରୀ ପୁଲିସ କେସ ନଂ-୪୫୧/୨୫ରେ ତିନି ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଛି ଏବଂ ଶ୍ୟାମ ସୁନ୍ଦର(୫୭)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।