ବୃଦ୍ଧାଶ୍ରମରେ ସେବାର ସଂକଳ୍ପ ବାଣ୍ଟିଲା ମଲ୍ଲିଆ ରିୟଲଇଷ୍ଟେଟ୍

ଭୁବନେଶ୍ୱର, ୬ା୧ : ଆଜି କାଲି ଦୁନିଆରେ ଟଙ୍କା ଓ ସମ୍ପତ୍ତି ପାଇଁ ପ୍ରତେକ ଦିନ ଦେଖିବାକୁ ମିଳୁଛି ନିଜର ବାପା, ମାଆ, ସ୍ତ୍ରୀଙ୍କୁ କରାଯାଉଛି ଅତ୍ୟାଚାର । କିଏ ନିଜ ସ୍ତ୍ରୀ କଥାରେ ପଡ଼ି ନିଜର ଜନଦାତା ବୃଦ୍ଧ ବାପା ମାଆଙ୍କୁ ଘରୁ ବାହାର କରି ଦେଲାଣି ତ ଆଉ କିଏ ଟଙ୍କା ଓ ଜମି ପାଇଁ ବାପା ମାଆଙ୍କୁ ହତ୍ୟା କଲାଣି ତ କିଏ ବୃଦ୍ଧ କାଳରେ ଖାଇବାକୁ ନ ଦେଇ ନିର୍ଯ୍ୟାତନା ଦେଇ ରାସ୍ତାରେ ଛାଡି ଦେଲାଣି । ଫଳରେ  ଯେଉଁ ବୃଦ୍ଧ କାଳରେ ବାପା ମାଆ ପୁଅ ଓ ବୋହୂର ସେବା ପାଇବା ବଦଳରେ ସେମାନେ ରାଜରାସ୍ତାରେ ବୁଲିବା ସହ ଭିକ ମାଗୁଛନ୍ତି ତ କିଏ ପାଗଳ ହୋଇ ବୁଲିଲାଣି । ଫଳରେ ଏମାନଙ୍କୁ କେହି ବି ଟିକିଏ ଖୁସି ବାଣ୍ଟିବା କିମ୍ବା ପାଖରେ ରଖି ସେବା କରିବା ଦେଖାଯାଉନାହିଁ । ଏହାସହ ଆଉ କିଛି ବଡ଼ ବଡ଼ିଆ ପୁଅ ବୋହୂ ମାନେ ନିଜର ଷ୍ଟାଟସ୍ ମେଣ୍ଟେନ ପାଇଁ ବାପା, ମାଆଙ୍କୁ ଘରେ ଚାକର ଚାକରାଣି ଭଳି କାମ କରାଇଲାଣି ତ ଆଇ କେହି ବୃଦ୍ଧାଶ୍ରମରେ ଛାଡିଦେଇ ବିଦେଶକୁ ଚାଲିଗଲାଣି । ଯାହାଦ୍ୱାରା ଏହି ନିରିହ ବୃଦ୍ଧ, ବୃଦ୍ଧାମାନେ ଶେଷରେ ପୁଅ ପାଖରେ ରହିବା ବଦଳରେ ସେମାନେ ବହୁ ଦୁଖଃ କଷ୍ଟରେ ବାଧ୍ୟହୋଇ କାନ୍ଦି କାନ୍ଦି ନିଜର ପୁଅ, ଝିଅଙ୍କୁ ମନେପକାଇ ଆଶ୍ରମରେ ଜୀବନ କାଟିବା ସହ ସେଠାରେ ହିଁ ତାର ଜୀବନ ଚାଲିଯାଉଛି ।
ଏଭଳି ଲୋକଙ୍କ ମନରୁ ଲୋଭ, ମାୟା, ଅହଁକାର ଭଳି ମାନସିକତାକୁ ଦୁର କରି ନିଜର ବାପା ମାଆଙ୍କୁ କେମିତି ବୃଦ୍ଧ କାଳରେ ନିଜ ପାଖରେ ରଖି ପ୍ରେମ ବାଣ୍ଟିବା ନେଇ ଆରମ୍ଭ ହୋଇଛି ଏକ ଛୋଟ ପ୍ରୟାସ । ଏହାକୁ ବର୍ଷ ଆରମ୍ଭରୁ ପ୍ରୟାସ ଆରମ୍ଭ କରିଛି ମଲ୍ଲିଆ ଆସୋସିଏଟସ । ଏ ସମାଜ ପାଇଁ ଏକ ସନେ୍ଦଶ ପହଞ୍ଚାଇବା ପାଇଁ ନୂଆ ବର୍ଷରେ ବୃଦ୍ଧାଶ୍ରମରେ ପ୍ରେମ ଓ ଅଭୁଲା ସ୍ମୁତି ବାଣ୍ଟି ସମାଜକୁ ମେସେଜ୍ ଦେଇଛି ମଲ୍ଲିଆ ରିୟଲଇଷ୍ଟେଟ୍ ଆସୋସିଏଟସ । ରବିବାର ଓଡ଼ିଶା ପତିତ ଉଦ୍ଧାର ସମିତି ଓ ଆଶ୍ରୟ ବୃଦ୍ଧାଶ୍ରମରେ ସେବାର ସଂକଳ୍ପ ବାଣ୍ଟିଲେ ମଲ୍ଲିଆ ରିୟଲଇଷ୍ଟେଟ୍ ଆଣ୍ଡ ଆସୋସିଏଟସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମାଆ ଭୂମିଲକ୍ଷ୍ମୀ ରିୟଲଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡର ୩୦ ଜଣ ସଦସ୍ୟ । ଏହି ଅବସରଟି ବହୁ ଆନନ୍ଦ ଏବଂ ପ୍ରେମମୟ ମୁହୁର୍ତ୍ତରେ ପୂର୍ଣ୍ଣ ଥିଲା । ଯାହାର ମୁଖ୍ୟ ଆକର୍ଷଣ ଥିଲା, ବୃଦ୍ଧ ଓ ବୃଦ୍ଧାଙ୍କ ସହ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କିଛି ଅଭୁଲା ସ୍ମୃତି ବାଣ୍ଟିବା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କ ନିକଟରେ ରହି ପରିବାର ଭଳି ଖାଦ୍ୟ ବାଣ୍ଟନ କରାଯାଇଥିଲା । ଏଭଳି ସମାଜ ପାଇଁ ଏହା ସନେ୍ଦଶ ଦେଉଛି : ସମାଜ ସେବାରେ ଏକ ଦାୟିତ୍ୱ ଏବଂ ଆନନ୍ଦ ବାଣ୍ଟିବା ପାଇଁ ଅଟଳ ପ୍ରତିବଦ୍ଧତା ।