ମହିଳାଙ୍କ ଅଶ୍ମୀଳ ଭିଡ଼ିଓ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୬ା୧ : ମେଡିସିନ୍ ଦୋକାନର କର୍ମଚାରୀ ସହ ବିବାହିତ ମହିଳାଙ୍କ ଆରମ୍ଭ ହେଲା ପ୍ରେମ । ଏହାପରେ ମହିଳାଙ୍କ ସହ ଅକ୍ମ୍ ହେଲା ରିଲେସନସିପ୍ । ସ୍ୱାମୀ ନଥିବାର ସୁଯୋଗ ନେଇ ଚାଲିଥିଲା ଲୁଚା ଚୋରା ସମ୍ପର୍କ, ଚାର୍ଟିଂ ଓ ଅଶ୍ଳୀଳ ଭିଡ଼ିଓ ମେସେଜ୍କୁ ହ୍ୱାଟସଆପ୍ରେ ଦିଆନିଆ । ହେଲେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ହଠାତ ସ୍ୱାମୀ ହାତରେ ସ୍ତ୍ରୀର ମୋବାଇଲ । ମୋବାଇଲ ଖୋଲି ଦେଖିଲା ବେଳେ ସ୍ତ୍ରୀ ସହ ମୋବାଇଲ ଦୋକାନର କର୍ମଚାରୀ ସହ ପ୍ରେମ ମେସେଜ୍, ଅଶ୍ଳୀଳ ଫୋଟ ଓ ଭିଡ଼ିଓ । ଏଭଳି ଘଟଣା ପରେ ଯାହା ହୋଇଥିବ ଘଟଣା । ଏନେଇ ଲିଙ୍ଗରାଜ ଥାନାରେ ଗତ ୩୦.୧୧.୨୦୨୪ରେ ଅଭିଯୋଗ ପରେ ପୁଲିସ ୩୧୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି ଦଫା ୟୁଏସ୍ ୬୯/୭୭ ବିଏନଏସ ଆର.ଡବ୍ଲୁ୍ୟ ଦଫା, ୬୬ (ଇ)/୬୭/୬୭(ଏ) ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ବାଙ୍କୀର ବିକାଶ ଚନ୍ଦ୍ର ପଟ୍ଟନାୟକ ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଲିଙ୍ଗରାଜ ଥାନା ଅଧିନ ଗଡ଼ମହାବୀର ଓଲଟାଉନ୍ରେ ସ୍ତ୍ରୀ ଓ ତାଙ୍କର ୪ ବର୍ଷର ଝିଅ ସହ ଘର ଭଡ଼ା ନେଇ ରହିଆସୁଥିଲେ । ଅଭିଯୋଗକାରୀ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବାରୁ ସେ ସବୁଦିନ କର୍ମରେ ଯାଇ ରାତିରେ ଫେରୁଥିଲେ । ଏହି ସମୟରେ ଅଭିଯୋଗକାରୀଙ୍କ ସ୍ତ୍ରୀ ନିକଟସ୍ଥ ଏକ ମେଡ଼ିସିନ୍ ଷ୍ଟୋରକୁ ପ୍ରାୟତ ମେଡିସିନ୍ ଆଣିବା ବାହାନାରେ ଯାଇ ସେହି ଦୋକାନର କର୍ମଚାରୀ ତଥା ଅଭିଯୁକ୍ତ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତା ପରେ ଶାରିରୀକ ସମ୍ପର୍କ ରଖି ପରେ ଉଭୟଙ୍କ ଭିତରେ ଭିଡ଼ିଓ ଓ ଫଟୋ ତା ସହ ମେସେଜ୍ ଦିଆନିଆ । ଏହାକୁ ନେଇ ମହିଳା ଜଣଙ୍କ ଫଟୋ ଓ ଭିଡ଼ିଓକୁ ଡିଲେଟ୍ କରିବାକୁ କହିଥିଲେ ମଧ୍ୟ ସେ ଆଉ ଡ଼ିଲେଟ୍ କରିନଥିଲା । ବାରମ୍ବାର ଅଶ୍ଳୀଳ ମେସେଜ୍ ଓ ଭିଡ଼ିଓ ପଠାଉଥିଲା । ଯାହାକି ଏହି ଚୋରା ପିରତି ସ୍ୱାମୀ ହାତରେ ଲାଗିଯାଇଥିଲା ।