ଓଲଟିଲା ହାଇୱା

 କେନ୍ଦ୍ରାପଡା  : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଗୋପବାଟ ଦେଇ ଶାମଗୁଡିଆ ଯାଉଥିବା ଏକ ବାଲି ବୋଝେଇ ହାଇୱା ରାସ୍ତା ଧସିଯିବାରୁ ହାଇୱା ଓଲଟି ଡ୍ରାଇଭର ଗୁରୁତ୍ୱର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ବାଲି ବୋଝେଇ ହାଇୱା ଶାମଗୁଡିଆ ମେଡିକାଲ୍ ବାଟ ଦେଇ ଯାଉଥିବାବେଳେ ସାଇଡ୍ ରାସ୍ତା ଧଷିଯିବାରୁ ହାଇୱା ଓଲଟି ପଡିଥିଲା । ଡ୍ରାଇଭର ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି ।