ସିପିଆଇ ନଗର କମିଟି ସମ୍ମିଳନୀ
କଟକ : ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ)ର ୨୩ ତମ ସମ୍ମିଳନୀ ରବିବାର ସ୍ଥାନୀୟ ବାଖରାବାଦ ସ୍ଥିତ ଗାନ୍ଧୀଭବନଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କିଶୋର ଜେନା ଓ କୃଷ୍ଣପି୍ରୟା ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟର ଡବଲ ଇଂଜିନ ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟ ବିରୁଦ୍ଧରେ ମିଳିତ ଜନ ଆନେ୍ଦାଳନ ସଂଗଠିତ କରିବାକୁ ଶ୍ରୀ ରେଡ଼ି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଜୟ ପଡ଼ିହାରୀ, ଅମରେନ୍ଦୁ ମହାନ୍ତି, ଉଦୟ କେଶାରୀ ବର୍ମା, ତୈଲ୍ୟକ ନାଥ ବିନୋଦ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ଏକ ୨୭ଜଣିଆ ଜୋନାଲ କମିଟି ଗଠନ କରାଯାଇଛି । ପ୍ରସନ୍ନ ମହାପାତ୍ର ସଂପାଦକ, ସାନନ୍ଦ ସେଠୀ ସହ ସଂପାଦକ ଓ ଅଶୋକ ତା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମିତିକ୍ରମେ ନିର୍ବାଚିତ ହୋଇଥିଲେ ।