ସିକୁ୍ୟରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ ; ଅଭିଯୁକ୍ତ ଗିରଫ

ସିକୁ୍ୟରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୯ା୫ : ତାରକା ହୋଟେଲ ଭିତରକୁ ନ ଛାଡିବାରୁ ହୋଟେଲ ସିକୁ୍ୟରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ମୈତ୍ରୀବିହାର ଥାନା ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆସାହିର ସରୋଜ କୁମାର ସାହୁ ।
 ସୂଚନାଯୋଗ୍ୟଯେ, ଆହତ ଚନ୍ଦ୍ରକାନ୍ତ ମହାପାତ୍ର ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେୟାର ରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରିବା ସହ ହୋଟେଲର ବ୍ୟାରେକରେ ରୁହନ୍ତି । ଗତ କାଲି ସକାଳେ ଚନ୍ଦ୍ରକାନ୍ତ ତାଙ୍କ ବ୍ୟାରେକରେ ଉପସ୍ଥିତ ଥିବା ବେଳେ ଅଭିଯୁକ୍ତ ଓ ତାର କିଛି ସହଯୋଗୀ ଉକ୍ତ ବ୍ୟାରେକ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ସୁରକ୍ଷା କର୍ମୀ ଚନ୍ଦ୍ରକାନ୍ତ । ଏହି ସମୟରେ ରାଗିଯାଇ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କୁ ଲୁହାରଡ ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଅନ୍ୟ ସୁରକ୍ଷା କର୍ମୀ ମାନେ ଦୌଡ଼ି ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।