ଦାଦା ବଟିକୁ ନେଇ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଦାଦାବଟିକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୁଣା ଭୁବନେଶ୍ୱର ବଡଢୁ ସାହିର ସୁନୀଲ ବଟୁ ଓରଫ ସୋନୁ । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଦୁର୍ଗାଚରଣ ସାହୁ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତଗର୍ତ ବଶିଷ୍ଠ ନଗର ଅଂଚଳରେ ରୁହନ୍ତି । ସେ ଗତ ୬ ତାରିଖ ରାତିରେ ନିଜ ଫଳ ଦୋକାନ ବନ୍ଦକରି ସାରିବା ପରେ ରାମେଶ୍ୱର ପାଟଣା ଠାରେ ଥିବା ବ୍ରର୍ଦସ ଢାବା ନିକଟକୁ ବିରିୟାନି ଆଣିବା ଲାଗି ଯାଇଥିଲେ । ସେଠାରେ ଅଭିଯୁକ୍ତ ଜଣକ ତାଙ୍କୁ ହଠାତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ୫ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଜଣକ ଦାଦାବଟି ଦେବା ଲାଗି ମନା କରିବାରୁ, ଅଭିଯୁକ୍ତ ଜଣକ ଉ ୍ୟକ୍ତ ହୋଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ଫଳରେ ଅଭିଯୋଗକାରୀ ଜଣକ ଆହତ ହୋଇଥିବା ବେଳେ, ସ୍ଥାନୀୟ ଲୋକମାନେ ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ । ଏନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ୱସ୍ତ ସୂତ୍ରରୁ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ସୁନିଲ ବାଟୁଙ୍କ ନାମରେ ପୂର୍ବରୁ ମଧ୍ୟ ଶ୍ରୀ ଲିଙ୍ଗରାଜ ଥାନରେ ମୋଟ ୮ ଗୋଟି ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।