ବେଳାଭୂମି ଜଙ୍ଗଲ ସୁରକ୍ଷା ଦାବିକଲା ଅମ୍ବିକାଇ ଗଣପରିଷଦ

 ପାରାଦୀପ:  ପାରାଦ୍ୱୀପ ଶିଳ୍ପାଞ୍ଚଳ ସଂଲଗ୍ନ ବେଳାଭୁମିରେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଇଥିବା ସାମାଜିକ ଜଙ୍ଗଲ ଏବଂ ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ଓ ଏଫ୍ ଡି ସି ମାଧ୍ୟମରେ ସାମାଜିକ ବନି କରଣ କରି ଅଛି । ତାଙ୍କର ଚୁକ୍ତି ଅନୁସାରେ ଓ ଏଫ୍ ଡି ସି ନିଜ ତତ୍ତ୍ୱାବଧାନରେ ବନୀକରଣ କରି ପ୍ରତି ତିନି ବର୍ଷରେ ବନ୍ଦର ପ୍ରାଧିକରଣକୁ ହସ୍ତାନ୍ତର କରୁଛି । କିନ୍ତୁ ବନ୍ଦର ପ୍ରାଧିକରଣ କୌଣସି ଜଗୁଆଳ ବ୍ୟବସ୍ଥା କରି ନାହିଁ । ଫଳରେ କାଠ ଲୁଟେରାମାନେ ବେଧଡକ ଭାବରେ ଜଙ୍ଗଲ ଲୁଟ କରିଚାଲିଛନ୍ତି । ଅମ୍ବୀକାଇ ଗଣ ପରିଷଦ ମହାବାତ୍ୟାର କରାଳ ବିଭୀଷିକା ଉପରେ ବିଗତ ୨୫ବର୍ଷ ଧରି ସତର୍କ ଦିବସ ପାଳନ କରି ଜନ ସଚେତନ କରି ଆସୁଅଛି । ଉପକୂଳ ଜଙ୍ଗଲ କେବଳ ଶିଳ୍ପାଞ୍ଚଳ ସମେତ ଜନବସତିକୁ ମହାବାତ୍ୟା, ସୁନାମୀ, ଲୁନାବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ଅହେତୁକ ତାପମାତ୍ରା ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଓ ବନ୍ଦର ପ୍ରାଧିକରଣ କାଠ ଲୁଟେରାଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆମ୍ବୀକାଇ ଗଣପରିସଦର ସଭାପତି ତଥା ପରିବେଶବିତ୍ ଧ୍ରୁବ ଚରଣ ମହାପାତ୍ର ୧୪ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାରାଦ୍ୱୀପ, ନିର୍ବାହୀ ଅଧିକାରୀ ପାରାଦ୍ୱୀପ ପୌର ପରିଷଦ, ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ସଚିବ, କୁଜଙ୍ଗ ବନାନଛଳ ଅଧିକାରୀ, ଜଟାଧାର ମୁହାଣ ମେରାଇନ ଥାନାର ଭାରପ୍ରାପ୍ତ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ପାରାଦ୍ୱୀପଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଜଙ୍ଗଲ ଲୁଟେରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।