ଶହୀଦ ସ୍ମୃତି ସଂସଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ନିମାପଡା : ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଗତ ୨୨ତାରିଖରେ ଆତଙ୍କବାଦି ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ । ହିନ୍ଦୁମାନଙ୍କୁ ପଚାରି ପଚାରି ପାକିସ୍ତାନୀ ଆତଙ୍କବାଦୀ ମାନେ ହତ୍ୟା କରିଥିବା ବେଳେ ତାହାର ଜବାବ ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ଥାନକୁ ଦେଇଛି । ପାକିସ୍ତାନର ୯ଟି ଆତଙ୍କବାଦି ଆଡ଼ାସ୍ଥଳୀ ଧ୍ୱଂସ କରିବା ସହିତ ପାକିସ୍ତାନର ଅନେକ ଗୁଡ଼ିଏ କ୍ଷୟକ୍ଷତି ଭାରତୀୟ ସେନା କରିଛି । ପାକିସ୍ତାନର ଅନେକ ଗୁଡ଼ିଏ ଡ୍ରୋନକୁ ମଧ୍ୟ ଭାରତୀୟ ସେନା ବାହିନୀ ଅକାମୀ କରିଦେଇଛନ୍ତି । ସାରା ବିଶ୍ୱ ଦେଖିଚି ଅପରେସନ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନାର ପରାକ୍ରମ ।ଆମ ସେନାବାହିନୀର ମନ ବଳ ଦୃଢ଼ କରିବା ପାଇଁ ସାରା ରାଜ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ହେଉଥିବା ବେଳେ ଆଜି ନିମାପଡ଼ାର ଶହୀଦ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ସଂସଦର ସଭାପତି ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ନିମାପଡା ନୂତନ ବସଷ୍ଟାଣ୍ଡ ଠାରୁ ଟାଉନ୍ ହଲ୍ ଯାଏଁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଶୋଭାଯାତ୍ରାରେ ସଂସଦର ସଭ୍ୟ ରାମଚନ୍ଦ୍ର ସାହୁ, ଦୟାନିଧି ସାହୁ, ଜିବନାନନ୍ଦ ମହାପାତ୍ର, ଶିକ୍ଷାବିତ୍ ଜଗତ ପ୍ରସାଦ ସାବୁତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ଅଶୋକ ସାହୁ,ସଂସଦର ସମ୍ପାଦକ ଡଃ. ବେଣୁଧର ସେନାପତି, ଅଭିରାମ ମଲିକ, ଉପାଧ୍ୟକ୍ଷା ଅନୁସୟା ମହାନ୍ତି, ଏନ.ଏ.ସି. ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ସନାତନ ପ୍ରଧାନ,ମୋହିନୀ ଜେନା, କୁନି ସାହୁ, ଅଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଦେଶର ସେନାବାହିନୀ ପାଇଁ ଶୋଭାଯାତ୍ରାରେ ଦଳଗତ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ଦେଶ ପ୍ରେମୀ, ସାମାଜିକ ସଂଗଠନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଉପସ୍ଥିତ ରହିଥିଲେ ।
ଦେଶବାସୀଙ୍କୁ ସୁରକ୍ଷା ଦେବା ସହ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସକରି ବୀରତ୍ୱ, ସାହାସିକତା ଓ ପରାକ୍ରମ ଦେଖାଇଥିବା ଯବାନଙ୍କ ଲାଗି ଆମେ ଗର୍ବିତ ବୋଲି କହି ସମସ୍ତେ ସଲାମ କରିଥିଲେ । ଭାରତ ମାତାର ଜୟଗାନ କରିଥିଲେ । ଏହି ଶୋଭାଯାତ୍ରାରେ ସମସ୍ତେ ତ୍ରିରଙ୍ଗା ପତାକା ଧରି ଭାରତ ମାତାର ସ୍ଲୋଗାନ ଦେଇ ଚାଲି ଚାଲି ସଂସଦ ପ୍ରାଙ୍ଗଣରେ ପହଞ୍ଚି ଥିଲେ । ସେଠାରେ ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଦେଶ ପ୍ରେମରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା