ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି
ଜଟଣୀ : ସ୍ଥାନୀୟ ଏନ୍ଡିଆରସି ସରକାରୀ ହାଇସ୍କୁଲ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀ ଡ. ସ୍ନିଗ୍ଧାରାଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପଞ୍ଚସଖା ଶିକ୍ଷା ସେତୁ, ଆଲୁମିନି ସମିତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୯୭୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ହେବାକୁ ଥିବାରୁ ସୁବର୍ଣ ଜୟନ୍ତୀ ପାଳନ କିପରି କରାଯିବ ସେଇନେଇ ଆଲୁମିନି ସମିତି ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୁମିନି ସଭାପତି ଶ୍ରୀକାନ୍ତ ପ୍ରଧାନ ଓ ସମ୍ପାଦକ ଶିବପ୍ରସାଦ ମହାପାତ୍ରଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ କିଭଳି ଭାବରେ ସୁବର୍ଣ ଜୟନ୍ତୀ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ବୈଠକରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଷ୍ପତିକ୍ରମେ ଚଳିତ ବର୍ଷ ଡିସେମ୍ବର ମାସରେ ସୁବର୍ଣ ଜୟନ୍ତୀ ପାଳନ କରାଯିବବୋଲି ସ୍ଥିର ହୋଇଥିଲା । ବୈଠକରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହ ପୁରାତନ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦାସ, ଶିକ୍ଷକ ବ୍ରଜବନ୍ଧୁ ନାୟକ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ମହେଶ୍ୱର ରଥ, ଅଙ୍କିତା ଶର୍ମା, ଅଦେ୍ର୍ଧନ୍ଦୁ ଦାସ, ପ୍ରଶାନ୍ତ ବେହେରା, ବିଭୂପ୍ରସାଦ ଭଞ୍ଜ, ଜଗତ ବଲ୍ଲବ ମହାନ୍ତି, ଶେଖ୍ ଅବଦୁଲ୍ କରିମ୍, ରାଜ୍ କୁମାର ସରକାର, ଦୀପକ ବେହେରା, ସୁଲୋଚନା ବେହେରା, ପୁରବୀ ବାରିକ, ରବୀନ ପଣ୍ଡା, ପ୍ରଭାତ ପାଡି, ମିନା କୁମାରୀ ବେହେରା, ଚନ୍ଦ୍ରପ୍ରଭା ସେଠୀ , ସବିତା ଷଡଙ୍ଗୀ, ମିନାକ୍ଷୀ ପଣ୍ଡା, କୁମକୁମ ଦାସ, ଜ୍ୟୋସ୍ନାରାଣୀ ମହାନ୍ତି, ଦୀପ୍ତି ମହାନ୍ତି ଙ୍କ ସହିତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।