ବୈକୁଣ୍ଠ ନାଥ ପରିଡ଼ା ସମ୍ବର୍ଦ୍ଧିତ

 ରାଜକନିକା: ରାଜକନିକାର ବରିଷ୍ଠ ଶିକ୍ଷାବିତ ତଥା ସମାଜ ସେବୀ ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କୁ ବିଶିଷ୍ଠ ଶିକ୍ଷାବିତ ତଥା ସାମାଜିକ ସଂସ୍କାରକ ସମ୍ମାନରେ ସମ୍ମାନିତ କରାଯାଇଛି । ଚାନ୍ଦବାଲି ବ୍ଲକର ମହାନ୍ ଜନ ନାୟକ ତଥା ଜନପ୍ରିୟ ରାଜନେତା ସ୍ୱର୍ଗତ ଦୁର୍ଯେ୍ୟାଧନ ମିଶ୍ରଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଦୁର୍ଯେ୍ୟାଧନ ମିଶ୍ର ସ୍ମୁତି ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁସ୍ମୃତି ଭବନ ଠାରେ ଏକ ସମ୍ବର୍ଦ୍ଧନା ସଭା ହୋଇଥିଲା । ବିଜେପି ରାଷ୍ଟୀୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମେକେଶ ରାୟ ଯୋଗଦେଇ ପ୍ରଫେସର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସ୍ୱରାଜ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।