ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ନାଟ୍ୟ ସଂସଦର ନିର୍ବାଚନ
କେନ୍ଦ୍ରାପଡ଼ା : ସ୍ୱପ୍ନେଶ୍ୱର ମନ୍ଦିର କମିଟିର ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ନାଟ୍ୟ ସଂସଦର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗୁରୁଚରଣ ସାହୁ ସଭାପତି, ସଂଗ୍ରାମ କେଶରୀ ସାହୁ ଉପସଭାପତି, ହେମନ୍ତ କୁମାର ବେହୁରା ସମ୍ପାଦକ, ରନ କୁମାର ମହାପାତ୍ର କୋଷାଧ୍ୟକ୍ଷ ଓ ଗୁରୁଚରଣ ବାରିକଙ୍କୁ ମୁଖ୍ୟ ପରାମର୍ଶ ଦାତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଏହି ନିର୍ବାଚିତ କମିଟି ୨୦୨୫ଠାରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଚଳିତ ପବିତ୍ର ଶୀତଳଷଷ୍ଠୀରେ ହେବାକୁ ଥିବା ନାଟକ "ଏଠି ତୋର ଦୋଷ ନା ମୋର ଦୋଷ'କୁ ସଫଳ ଭାବେ ମଞ୍ଚସ୍ଥ କରିବା ପାଇଁ ସଭାପତି ପରାମର୍ଶ ଦେଇଥିଲେ । ନିର୍ବାଚିତ କମିଟିର କର୍ମକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କୌଣସି ମେମ୍ବର ନୂତନ ସଭ୍ୟମାନଙ୍କୁ ଗ୍ରହଣ କରିପାରିବେ ନାହିଁ ।