ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ  : ପୈତୃକ ଘର ସମେତ ମୋଟ୍ ୧୦ଟି ସ୍ଥାନରେ ଚଢ଼ଉ 


କେନ୍ଦୁଝର - ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ  । ତାଙ୍କ ପୈତୃକ ଘର ସମେତ ମୋଟ୍ ୧୦ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ  । ଭୁବନେଶ୍ୱର, ପୁରୀ, କଟକ, ଯାଜପୁର ଏବଂ କେନ୍ଦୁଝରରେ ଏକାକାଳୀନ ଏହି ଚଢ଼ଉ ହୋଇଛି  । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ  ।