ବୈଦିକ ବ୍ରାହ୍ମଣ ପରିଷଦ ବୈଠକ 

 ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଉପଖଣ୍ଡ ଗଣ୍ଡାନାଳୀ ପଞ୍ଚାୟତ ଚିଲତଇଲା ସ୍ଥିତ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ପବିତ୍ର ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ଥାନୀୟ ବିଦ୍ୱାନ ବ୍ରାହ୍ମଣମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ପଣ୍ଡିତ ନିରୋଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ବ୍ରାହ୍ମଣ ଏକତା ବିଷୟରେ ଆଲୋଚନା କରାଯିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦେବା ଦେବୀ ପୀଠରେ ପର୍ଯ୍ୟାୟ କ୍ରମେ ଜାଗଯଜ୍ଞ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା  । ପଣ୍ଡିତ ସୁବାଷ ଚନ୍ଦ୍ର ମିଶ୍ରଙ୍କ ପ୍ରସ୍ତାବ କ୍ରମେ ଆଗାମୀ ୨୮ ତାରିଖ ୠଷି ପଞ୍ଚମୀରେ କୁନୁଆଁ ସ୍ଥିତ ସୁକିଆ ବାଉତୀ ପୀଠରେ ଏକ ଦିବସୀୟ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି  । ପଣ୍ଡିତ ପ୍ରଭାତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ପରିଷଦର ସମ୍ପାଦକ ଅମୀୟ କୁମାର ମିଶ୍ର, ସଞ୍ଜୟ ଆଚାର୍ଯ୍ୟ, ସୌଭାଗ୍ୟ ରଞ୍ଜନ ସର, ସତ୍ୟ ନାରାୟଣ ମିଶ୍ର, ଜଗଦୀଶ ମିଶ୍ର, ବ୍ରଜବନ୍ଧୁ ମିଶ୍ର, ବାସୁଦେବ ପଣ୍ଡା, ସମୀର ନନ୍ଦ, ଶିଶିର ନନ୍ଦ ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।