ଜିଲ୍ଲାପାଳଙ୍କ ଜନ ଶୁଣାଣି

 ଢେଙ୍କାନାଳ : ଗଁଦିଆ ପୟଞ୍ଚାୟତ ସମିତି ସଭାଗୃହରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟତରେ ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅରକ୍ଷୀ ଅଧିକ୍ଷକ ଅଭିନ୍ୱ ସୋନକର, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ବିବୁଧ ଗଡନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶିବିରରେ ମୋଟ ୧୦୮ଟି ଅଭିଯୋଗ ଦାଖଲ ହୋଇଥିଲା ସେଥିରୁ ୯୯ଟି ବ୍ୟକ୍ତିଗତ, ୫ଟି ଗ୍ରାମ୍ୟ ଥିବା ସ୍ଥଳେ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୨ ଜଣଙ୍କୁ, ସେହିପରି ରେଡ୍କ୍ରସରୁ ୨, ଜଣକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଯେଉଁ ଅଭିଯୋଗ ଗୁଡିକ ଆଶିଛି ତାକୁ ବିଭିନ୍ନ ବିଭାଗୀୟ ଅଧିକାରୀ ତୁରନ୍ତ ଏଗୁଡିକର ସମାଧାନ କରିବାକୁ ଜିଲ୍ଲପାଳ ନିଦେ୍ର୍ଦଶ କରିଛନ୍ତି । ଶିବିରରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ପବିତ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ତତ ସହିତ ଜିଲ୍ଲା ଓ ବ୍ଲକର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।