ବାଘ ଆତଙ୍କରେ ଲୋକ ଭୟଭୀତ
ନୂଆପଡା: ନୂଆପଡ଼ା ଜିଲ୍ଲାରେ କେବେ ସୁନାବେଡ଼ା ଘଞ୍ଚ ଜଙ୍ଗଲରେ ତ ପୁଣି କେବେ ନଙ୍ଗଲବୋଡ ଜଙ୍ଗଲରେ,ପୁଣି କେବେ ପାଟ ଦର୍ହା ଜଙ୍ଗଲ ପରିବେଶରେ ବାଘର ଆତଙ୍କ ସାଧାରଣ ଲୋକଙ୍କ ମନରେ ରହି ଯାଇଛି । କିଛି ଦିନ ପୂର୍ବ ବୋଡ଼ନ ବ୍ଲକର ବାଗ ବାହାଲ ଗ୍ରାମ ନିକଟସ୍ଥ ମାଝୀ ପଡ଼ାର ଏକ ଛେଳି ଗୁହାଳରୁ ଛେଳି ଓ ମେଣ୍ଢା ଖାଇବା ଚର୍ଚ୍ଚା ହେଉଥିଲା । ବୋଡ଼ନ ବ୍ଲକର କୁମୁଡ଼ି ଜଙ୍ଗଲରେ ବାଘ ଭୟରେ ବନ୍ୟ ଜନ୍ତୁ ଏପଟ ସେପଟ ଦୌଡିବା କଥା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇବାପରେ ବକଲି ଖୁଣ୍ଟି ଗ୍ରାମରେ ପହଞ୍ଚି ଜମିରେ ଥିବା ପାଦ ଚିହ୍ନକୁ ଦେଖିବାପରେ ଜଙ୍ଗଲରେ ପ୍ରାୟ ୧୦ଟି କ୍ୟାମେରା ଲଗାଇଛନ୍ତି ବନ୍ୟ ଜନ୍ତୁଙ୍କ ସ୍ଥିତି ଜାଣିବା ପାଇଁ । କୂମୁଡ଼ି ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଏବଂ ଆଖ ପାଖ ଗାଁ ମାନଙ୍କରେ ବନ ବିଭାଗ ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି । ତାରାପୁର, ସର୍ଗିଗୁଡ଼ା, ବକଳି ଖୁଣ୍ଟି, ପୁଟୁ ପଡା,ଲୀମ ପଡା, କେଉବୁର୍ଲ୍ଲା, କୁଳେକେଲା, କରଙ୍ଗା ମାଲ, ଡୋଟୋ, କୁଲଥ ଭଟା, ଲେସୁନ ପାଲି,ଜୟବାହାଲ, ରୋକାଲ, ବୋଦଲାପଡା ,ଭେରୁଆ ମାଲ,ଭିମା ପଦରଙ୍କ ସମେତ ପାଖା ପାଖି ଗ୍ରାମରେ ବାଘର ଆତଙ୍କ ଘାରିଛି ଲୋକଙ୍କୁ । ବନ ବିଭାଗର ଜିଲ୍ଲା ଅଧିକାରୀ ତଥା ବ୍ଲକ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳକୁ ପରିଦର୍ଶନ କରିଥିଲେ ।