ବୌଦ୍ଧିକ ଓ ସାଂସ୍କୃତିକ ଭ୍ରଷ୍ଟାଚାର ବିପକ୍ଷରେ ସ୍ୱର
ଯାଜପୁର : ଶ୍ରଦ୍ଧା, ସାଧନା ଓ ଯୋଗ୍ୟତା ନଥାଇ ଯେଉଁ ଡକ୍ଟରେଟ ଉପାଧି,ଏକ୍ସେଲେନସୀ ପୁରସ୍କାର ଅଣ ପ୍ରତିଭାଧାରୀ ମାନେ ହାସଲ କରୁଛନ୍ତି । ସେମାନଙ୍କୁ ଯେଉଁ ବିଦେଶୀ ସଂସ୍ଥା ଅର୍ଥ ଲାଳସାରେ ପ୍ରଦାନ କରୁଛନ୍ତି ତାହା ବୌଦ୍ଧିକ ସମାଜ ଓ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଚକ୍ରାନ୍ତ କରୁଥିବା କଥା ବହୁ ବ୍ୟକ୍ତି ମତ ଦେଇଛନ୍ତି । ଅଖିଲଚକ୍ର ଓଡିଶା ପକ୍ଷରୁ ଆହୁତ ଆଭାସୀ ରାଜ୍ୟ ସ୍ତରୀୟ ବିତର୍କରେ ଅଂଶ ଗ୍ରହଣ କରି ବିଶିଷ୍ଠ ଗବେଷକ ପଣ୍ଡିତ ମହେଶ୍ୱର ନନ୍ଦ ସାମାଜିକ ସୋ୍ରତକୁ ବାରମ୍ବାର ବ୍ୟାଘାତ କରିବା ହସ୍ତମୁଦି ମାହାଲ ମାଧ୍ୟମରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ସରକାର ଚିହ୍ନଟ କରି ‘ଅପରେସନ କଜ୍ଜ୍ୱଳ’ ମାଧ୍ୟମରେ ପର୍ଦ୍ଧାଫାସ କରନ୍ତୁ ବୋଲି କହିଛନ୍ତି । ସଂସ୍କୃତି ଗବେଷକ ଡଃ ଜ୍ଞାନରଂଜନ ପତି ଅସଫଳ ବ୍ୟକ୍ତି ନିଜ ଯୋଗ୍ୟତାକୁ ଜ୍ଞାନ ମାର୍ଗରେ ପ୍ରତିପାଦନ ନ କରି ଧନ ଦ୍ୱାରା ନିରର୍ଥକ ଉପାଧିକୁ ନିଜ ନାମ ସହ ଯୋଡିବା ଏକ ଅପପ୍ରୟାସ ବୋଲି କହିଛନ୍ତି । ଗବେଷକ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି ଯେ ଯୋଗ୍ୟତା ନ ଥିବା ପୁରସ୍କୃତ ବ୍ୟକ୍ତିଙ୍କୁ ଆମେ ବାରମ୍ବାର ପ୍ରଶ୍ନ ପଚାରିଲେ ସେମାନଙ୍କ ଅଭ୍ୟାସକୁ ବଦଳାଇ ଦିଆଯାଆନ୍ତା । କବି ଧନେଶ୍ୱର ରାଉତ କହିଲେ ଯେ ଉପାଧି,ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ବା ପ୍ରତିଷ୍ଠାନ ବୈ÷ାଦ୍ଧିକ ଭ୍ରଷ୍ଟାଚାର ପାଇଁ ଦାୟୀ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶ୍ରୀହରି ଧଳ କହିଛନ୍ତି ଯେ, ପୁରସ୍କାର, ସମ୍ମାନର ମର୍ଯ୍ୟାଦା ଆଜି ଯଦି କ୍ଷୁର୍ଣ୍ଣ ହୋଇଥାଏ ତେବେ ସେଥିପାଇଁ ଲେଖକମାନେ ଦାୟୀ । ଏହାବ୍ୟତୀତ ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନାରେ କହିଲେ ଯେ ଯେଉଁ ବିଦେଶୀ ସଂସ୍ଥା ଓ ସାଂସ୍କୃତିକ ସଂଗଠକ ବୈ÷ାଦ୍ଧିକ ସମ୍ପତିକୁ ନେଇ ବ୍ୟବସାୟିକରଣ କରିଛନ୍ତି ସେମାନଙ୍କୁ ସାମାଜିକ ଅପରାଧି ବୋଲି ବିବେଚନା କରି ସରକାରଙ୍କ ପକ୍ଷରୁ ଦଣ୍ଡ ଆଇନ ପ୍ରଣୟନ କରାଯିବା ଆବଶ୍ୟକ କରୁଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କବି ଶରତ ନାୟକ, ଅକ୍ଷୟ କୁମାର ସେଠୀ, ରଶ୍ମୀରେଖା ମିଶ୍ର, ମଂଜୁଳା କର, ମୀନାକ୍ଷୀ ଦ୍ୱିବେଦୀ, ଖରସୋ୍ରତା ପୁସ୍ତକମେଳାର ସଭାପତି ପଦ୍ମାକର ଗୁରୁ, ବିଭୂତି ରଂଜନ ସାହୁ, କବି ଦୂର୍ଗାପ୍ରସାଦ ଷଡଙ୍ଗୀ, କବୟିତ୍ରୀ ବ୍ରଜେଶ୍ୱରୀ ସିଂହ, ଚନ୍ଦ୍ର ଶେଖର ବେହେରା, କବି ସନ୍ତୋଷ ବେଉରିଆ, ଜୟନ୍ତୀ ଜେନା, କବି ବନମାଳୀ ସେନାପତି, ନିରୂପମା ପଣ୍ଡା, ଜୀତେନ୍ଦ୍ର କୁମାର ବେହେରା, ସାମ୍ବାଦିକ ଅଜୟ କୁମାର ଦାସ, ସମାଜସେବୀ ସତ୍ୟ କର, ଅଟଳବିହାରୀ ନାୟକ, ଅମିତାଭ ଜେନା, ଗୈ÷ାରାଙ୍ଗ ସ୍ୱାଇଁ, ରବୀନ୍ଦ୍ର କୁମାର ପରିଡା, ସମାଜସେବୀ ଶାନ୍ତନୁ କୁମାର ଧଳ,ପ୍ରମୁଖ ସୁଚିନ୍ତିତ ମତାମତ ଦେଇ ଏହା ବିପକ୍ଷରେ ସ୍ୱର ଉଠାଇଛନ୍ତି ।