ନବୀକରଣ ହେବ ଓଳାଶୁଣୀ ଗାଙ୍ଗୀ ଓ ଲଙ୍ଗୁଳି ମଠ
ବାଲିଚନ୍ଦ୍ରପୁର: ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପାହାଡର ପାଦଦେଶରେ ଥିବା ମା’ ଓଳାଶୁଣୀଙ୍କ ମନ୍ଦିର ସହିତ ଏହି ପାହାଡ ନିକଟରେ ଥିବା ଅନ୍ୟଦୁଇ ପର୍ଯ୍ୟଟନ କ୍ଷେତ୍ର ଗାଙ୍ଗୀ ଓ ଲଙ୍ଗୁଳି ମଠର ନବି କରଣ କରାଯିବ । ଯାହା ପାଇଁ୧୦ କୋଟିର ବ୍ୟୟ ବରାଦ କରାଯାଇ ନବୀକରଣ ପ୍ରସ୍ତାବ ପର୍ଯ୍ୟଟନ ବିଭାଗ ଏବେ ବିଚାରାଧିନ ରହିଛି । ଖୁବ ଶିଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ତଥା ଅଷ୍ଟାଦଶ ଶତାବ୍ଦୀର ମହାନ ସନ୍ଥ ସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ରହିଛି ଓଳାଶୁଣୀ ପାହାଡରେ । ଏହି ପାହଡ ପାଦଦେଶରେ ରହିଛନ୍ତି ପୀଠର ଅଧିଷ୍ଟାତ୍ରୀ ଦେବୀ ମା’ଓଳାଶୁଣୀ । ମହାପୁରୁଷଙ୍କ ସମାଧିମନ୍ଦିର ଦର୍ଶନ କରିବା ସହିତ ପାହାଡର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ । ଅପରପକ୍ଷରେ ମହାପୁରୁଷ ଅରକ୍ଷିତ ଦାସ ବ୍ରହ୍ମ ଅବଧୁତ ହୋଇଥିବାରୁ ଏଠାରେ ଆମିଷ ନିରାମିଶ ଉଭୟ ସମାନ ଭାବେ ଗ୍ରହଣ ହୋଇଥାଏ । ଫଳରେ ପାହାଡରେ ପ୍ରକୃତିକ ପରିବେଶରେ ବଣଭୋଜି କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାକୁ ବର୍ଷତମାମ ପର୍ଯ୍ୟଟକ ମାନଙ୍କ ଧାଡି ଲମ୍ବିଥାଏ । ତେବେ ପାହାଡ ଶୀଖରରେ ଥିବା ସନ୍ଥଙ୍କ ସମାଧିମନ୍ଦିର ଗାଡି ପାର୍କି, ଯାତ୍ରୀ ବିଶ୍ରାମଗାର ପାନୀୟ ଜଳ ଭଳି ବିଭିନ୍ନ ସୁବିଧା ରହିଥିଲେ ମଧ୍ୟ ପାହାଦ ପଦ ଦେଶ ତଥା ପୂର୍ବପଟେ ୫୩ ନଂ ଜାତୀୟ ରାଜପଥ ନିକଟରେ ଥିବା ମା ଓଳାଶୁଣୀଙ୍କ ମନ୍ଦିରର ସେମିତି କିଛି ଆଖି ଦୃଶିଆ ବିକାଶ ହୋଇ ପାରିନାହିଁ । ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ମା’ଓଳାଶୁଣୀ ମନ୍ଦିରର ନବିକରଣ, ମନ୍ଦିର ପ୍ରବେଶ ପଥରେ ତୋରଣ, ମା’ଙ୍କ ମନ୍ଦିର ନିକଟରେ ଥିବା ପୋଖରୀର ପୁନରୁଦ୍ଧାର, ବିଦୁ୍ୟତ ଆଲୋକ, ଶୌଚାଳୟ, ମା’ଙ୍କ ମନ୍ଦିର ତଥା ପାହାଡ ପାଦେଶରୁ ଶିଖର ରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଯାଏ ଥିବା ପାହଚରେ ରେଲିଂ ଆଦି ନିର୍ମାଣ କରାଯିବ ଯାହା ପାଇଁ ୪କୋଟିରୁ ଅଧିକ ଅର୍ଥ ବ୍ୟୟ ଅଟକଳ ପ୍ରସ୍ତାବ ରହିଛି । ସେହିପରି ଓଳାଶୁଣୀ ପାହାଡର ଅପର ପାଶ୍ୱର୍ରେ ଥିବା ପୌରାଣିକ ଗାଙ୍ଗୀ ପୀଠର ନବିକରଣ କରାଯିବ ।
ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ଏହି ପୀଠ ପ୍ରବେଶ ପଥ ତୋରଣ, ପର୍ଯ୍ୟଟକଙ୍କ ପାଇଁ କଟେଜ, ପାର୍କି, ଗୁମ୍ଫାର ନବିକରଣ, ବିଦୁ୍ୟତ ଆଲୋ, ଭୋଗ ଦୋକାନ, ପାନୀୟଜଳ, ଆଦି ନିର୍ମାଣ କଜରାଯିବ । ସେହିପରି ବନ୍ଦରେଶ୍ୱର ପାହାଡରେ ଥିବା ପୁରାତନ ଲଙ୍ଗୁଳି ମଠର ମଧ୍ୟ ନବିକରଣ କରାଯିବ । ମୁଖ୍ୟ ମନ୍ଦିର ସହ ଅନ୍ୟ ଛୋଟ ମନ୍ଦିରର ନବିକରଣ କରାଯିବା ସହ ଆନ୍ଦ ବଜାର ରୋଷଷାଳା,ପ୍ରବେଶ ପଥ ତୋରଣ, ଶୌଚାଳୟ, ଖୋଲା ବିବାହ ମଣ୍ଡପ, ପିକନିକପିଣ୍ଡି, ଭୋଗ ଦୋକାନ, ପାର୍କିଂ ଆଦି ନିର୍ମାଣ ପାଇଁ ପ୍ରସ୍ତବ ରହିଛି । ଏହି ମଠର ବିକାଶ ପାଇଁ ୨.୫ କୋଟିର ବ୍ୟୟ ବରାଦ ଲକ୍ଷ୍ୟ ରହିଛି । ମୋଟ ଭାବେ ଏହି ତିନି ପ୍ରକଳ୍ପ ପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦର ଲକ୍ଷ ରହିଛି । ତିନି ପର୍ଯ୍ୟଟନ ସ୍ଥଳ ଜାତୀୟ ରାଜପଥ ପାଶ୍ୱର୍ରେ ରହିଥିବାରୁ ଏହି ପର୍ଯ୍ୟଟନ ସ୍ଥଳର ନବୀକରଣ କରାଗଲଲେ ପର୍ଯ୍ୟଟକଙ୍କ ପାଇଁ ବେଶ ସହାୟକ ହେବ ।