ଦୁର୍ଘଟଣାରେ ୩ ଗୁରୁତର
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଖଡଭାଗ ଠାରେ ସ୍କୁଟି ସହ କାର ମୁହାଁ ମୁହିଁ ଧକ୍କା ତିନି ଗୁରୁତର । ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନି ଜଣ ବ୍ୟକ୍ତି ହେଲେ ଆସିକା ଓଡ଼ିଆ ସାହିର ରଘୁନାଥ ଆଚାରୀ ଏବଂ ଭଞ୍ଜନଗର ଡିଫେନ୍ସ କୋଲୋନିର ଜମ୍ବୁବତି ନାୟକ ଓ ଅକ୍ଷୟ ନାୟକ । ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆସିକା ଉପଖଣ୍ଡ ଚିକିସôା ଲୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥାଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଥାଉକି ଆସିକା ଗୋପବନ୍ଧୁ ନଗରର ରଘୁନାଥ ଆଚାରୀ ନିଜ ବୋହୂ ଓ ନାତି ସହ ସ୍କୁଟି ନମ୍ବର ଓଡି ୩୨ଜି ୩୨୭୮ଯୋଗେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁରରୁ ଭଞ୍ଜନଗର ଡିଫେନ୍ସ କୋଲୋନିକୁ ଯାଉଥିବା ଜମ୍ବୁବତି ନାୟକ ଓ ଅକ୍ଷୟ ନାୟକଓ ଦୀପିକା କୁମାରୀ ନାୟକଙ୍କ କାର ନମ୍ବର ଓଡି ୩୩ ଡାବ୍ଲୁ ୫୧୫୨ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ସ୍କୁଟିଟି ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ରଘୁନାଥଙ୍କ ଡାହାଣ ପାଦଟି ସମ୍ପୂର୍ଣ ଛିଡି ଯାଇଥିଲା ଓ କାରରେ ବସିଥିବା ଜମ୍ବୁବତି ନାୟକଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିଲା ବେଳେ ଓ ଅକ୍ଷୟ ନାୟକଙ୍କ ଡାହାଣ ଜଙ୍ଘ ଭାଙ୍ଗିଯାଇଥିଲା । ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।