ଜିଲ୍ଲା ପ୍ରଶାସନର ରାଜସ୍ୱ ସମୀକ୍ଷା ବୈଠକ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ କେନ୍ଦ୍ରାପଡା ଗସ୍ତ ଓ ପ୍ରଶାସନ ସହ ସମୀକ୍ଷା ବୈଠକରେ ଆଲୋଚିତ ବିଷୟବସ୍ତୁ ଉପରେ ଆଜିର ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯଇଛି । ବିଭିନ୍ନ ତହସିଲ ମାନଙ୍କରେ ପଡି ରହିଥିବା ରାଜସ୍ୱ ସମ୍ବନ୍ଧୀୟ ବକେୟା ମାମଲା ଗୁଡିକ ତୁରନ୍ତ ସମୀକ୍ଷା କରିବା ସହ ଭୂମିହୀନ ପ୍ରଜା ମାନଙ୍କ ସର୍ଭେ କରି ଜମି ଆବଣ୍ଟନ ପାଇଁ ଗୁରୁତ୍ୱ ଦିଆଯାଇ ଥିଲା । ଏହା ସହ ବିଭିନ୍ନ ପ୍ରକାର ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବା, ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ଆଦି ବିଷୟରେ ସମୀକ୍ଷା କରାଯାଇ ଥିଲା । ଏହା ସହ ମନ୍ତ୍ରୀଙ୍କ ନିଦେ୍ର୍ଦଶନାମା କାର୍ଯ୍ୟକାରୀ କରି ପ୍ରଶାସନ କୁ ଗତିଶୀଳ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲିକ, ଉପ ଜିଲ୍ଲପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ଥିଲେ ।