ଲିଡ୍ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ

 କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ସମୁହଙ୍କ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଲିଡ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ କରିଥିଲେ । ଏହି ବୈଠକରେ ବ୍ୟାଙ୍କ ମାନଙ୍କର ଋଣ ପ୍ରଦାନ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ସଭା ପ୍ରାରମ୍ଭରେ ବାର୍ଷିକ ଋଣ ଯୋଜନା ୨୦୨୫-୨୬ ପୁସ୍ତକ ଅତିରିକ୍ତ ଜିଲ୍ଲପାଳ ଜେନା ଓ ଏଜିଏମ୍ ରାହୁଲକାନ୍ତ ଉନ୍ମୋଚନ କରିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ ରାଉତ ରାୟଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଲାଇନ ଡିପାଟମେଣ୍ଟ ମାନେ ବ୍ୟାଙ୍କକୁ ଦେଉଥିବା ଲକ୍ଷ୍ୟକୁ ପୁରଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା- କୃଷି ଋଣ, ବାଣିଜ୍ୟ ଋଣ, କ୍ଷୁଦ୍ର ବ୍ୟବସାୟୀ ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, କେସିସି ଋଣ ସହିତ ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ଯୋଜନା ଋଣ ସଂପର୍କରେ ବିସ୍ତାର ଭାବେ ଆଲୋଚନା କରା ଯାଇଥିଲା । ବ୍ୟାଙ୍କ ସମୁହ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସରକାରଙ୍କ ଲକ୍ଷ୍ୟ ପୁରଣରେ ସହାୟତା କରିବାକୁ ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା । ଜାତୀୟ କରଣ ବ୍ୟାଙ୍କ ଗୁଡିକୁ ସେମାନଙ୍କର ଲକ୍ଷ୍ୟ ପୁରଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଡିଡିଏମ ନାର୍ବାଡ ସ୍ମିତା ବଡଜେନା, ଉଦ୍ୟାନ କୃଷି ବିଭାଗ ସହକାରୀ ନିଦେ୍ର୍ଦଶକ ଦେବଦାସ ଦତ, ଏଫଏଲସି ମୋହନ କୁମାର ବିସ୍ରା, କୃଷି ବିଜ୍ଞନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଅରବିନ୍ଦ ଦାସ, ସିଏଫଏଲ ଶୁଭଲେକା ମହାନ୍ତି, ଜିଲ୍ଲା ମୃର୍ତିକା ସଂରକ୍ଷଣ ସହକରୀ  ନିଦେ୍ର୍ଦଶକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ ।