ବେଗୁନିଆରେ ସାଂସଦ ପାଠାଗାରକୁ ନେଇ ବିବାଦ : ପାର୍କିଂ ସ୍ଥାନରେ ହୋଇପାରିବନି ପାଠାଗାର


ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା : ବେଗୁନିଆରେ ସାଂସଦ ପାଠାଗାରକୁ ନେଇ ବିବାଦ ମୁଣ୍ଡ ଟେକିଛି  । ଯେଉଁ ନିର୍ଦ୍ଧାରିତ ସ୍ଥାନରେ ସାଂସଦ ଅପରାଜିତା ଷଡଙ୍ଗୀ ପାଠାଗାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେହି ସ୍ଥାନକୁ ନେଇ ଏବେ ବିଜେଡି ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ସୁଷ୍ଟି ହୋଇଛି । ଯାହାକୁ ନେଇ ପୋଲିସ ଓ ବ୍ଲକ ପ୍ରଶାସନକୁ ନାକେଦମ ହେବାକୁ ପଡିଛି  । ବିଜେଡି ଗୋଷ୍ଠୀ ସକାଳୁ ପାଠାଗାର ପାଇଁ ନିର୍ଦ୍ଧାରିତ ସ୍ଥାନରେ ପୂର୍ବରୁ ନିର୍ମାଣ ଥିବା ଜାଗିରବାଡ ଗୋଷ୍ଠୀ କେନ୍ଦ୍ରକୁ ଉପଯୋଗ କରିବା ପାଇଁ କିଛି ଯୁବଗୋଷ୍ଠୀ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିବା ସହ ପାଚେରୀକୁ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଏହାକୁ ବିରୋଧ କରିଥିଲେ ବିଜେପି କର୍ମକର୍ତ୍ତା । ପରିସ୍ଥିତି ଏପରି ହୋଇଥିଲା ଯେ ବେଗୁନିଆ ଥାନା ଅଧିକାରୀଙ୍କ ସହ ପୁରା ଥାନା କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ । ଘଟଣାରେ ବେଗୁନିଆ ବିଡିଓଙ୍କ ହସ୍ତକ୍ଷେପ ଲୋଡିଥିଲେ ବେଗୁନିଆ ଥାନା ଅଧିକାରୀ । ପଚାଂୟତ ସମିତିସଭ୍ୟ ପ୍ରକାଶ ବଳିୟାରସିଂହଙ୍କ କହିବା ଅନୁଯାୟୀ ଟାଉନ ହଲ କଡରେ ସାଂସଦ ପାଠାଗାର ପାଇଁ ସ୍ଥାନ ଚିହ୍ନଟ ହୋଇ ସାଂସଦ ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ  । ଏହାକୁ ନେଇ ପାଖରେ ଥିବା ଏକ କମୁନିଟି ହଲକୁ କିଛି ଯୁବକ ବିଜେଡି ବିଧାୟକଙ୍କ ପରାମର୍ଶରେ ହଲର ତାଲା ଭାଙ୍ଗିବା ସହ ପାଚେରୀକୁ ଭାଙ୍ଗିଥିବା ସମିତିସଭ୍ୟ ପ୍ରକାଶ ବଳିୟାର ସିଂହ ଅଭିଯୋଗ କରିଥିଲେ । ଅନ୍ୟ ପଟେ ବେଗୁନିଆ ସରପଞ୍ଚଙ୍କ ସହ ତାଙ୍କର ସମର୍ଥକ କହିଛନ୍ତି ବେଗୁନିଆ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୁଷ୍ଟିରୁ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇଥିଲା ଯାହାକୁ ଯୁବଗୋଷ୍ଠୀ ମାନେ ବିଭିନ୍ନ ସମୟରେ ଉପଯୋଗ କରିବେ । କିନ୍ତୁ କିଛି ଦିନ ତଳେ ଯୁବଗୋଷ୍ଠୀ ଏହାକୁ ସଫାକରି କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା କରିଥିଲେ ଯାହାକୁ ସମିତିସଭ୍ୟ ଓ ବିଜେପି କର୍ମକର୍ତ୍ତା ବିରୋଧ କରିଥିଲେ । ସେପଟେ ତାଲା ନିଜେ ଭାଙ୍ଗି ଆମ ନାମରେ ଆମକୁ ବଦନାମ କରୁଥିବା କହିଛନ୍ତି । ସେହିଭଳି ଏହି ଗୃହକୁ ଯେଉଁ ଉଦେ୍ଦଶ୍ୟରେ କରାଯାଇଥିଲା ସେହି ଉଦେ୍ଦଶ୍ୟ ପୂରଣ ପାଇଁ ଗୋଷ୍ଠୀ କେନ୍ଦ୍ରକୁ ଖୋଲିଥିବା କହିଛନ୍ତି ବେଗୁନିଆ ବାସିନ୍ଦା । ସେହିଭଳି ବେଗୁନିଆ ଟାଉନ୍ ହଲର ପାର୍କିଙ୍ଗ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପାଠାଗାର କରିବାକୁ ବେଗୁନିଆ ବାସୀ ଚାହୁଁନାହୁଥିବା କହିବା ସହ ବେଗୁନିଆରେ ଅନ୍ୟତ୍ର ଏହାକୁ କରାଯାଉ ବୋଲି କହିଛନ୍ତି । ଟାଉନ୍ ହଲ୍ ଓ ଗୋଷ୍ଠୀ ଗୃହ କଡରେ ଥିବା ସ୍ଥାନରେ ସାଂସଦ ପାଠାଗାର ନିର୍ମାଣକୁ ଜୋରଦାର ବିରୋଧ ହେଉଥିବା ଥାନାଧିକାରୀଙ୍କ ଠାରୁ ଖବର ପାଇ ବିଡିଓ ଘଟଣା ସ୍ଥଳରେ ପହଞ୍ଚôଥିଲେ  । ଏବଂ ଗୋଷ୍ଠୀ ଗୃହରେ ନୂତନ ତାଲା ପକାଇ ଏହା ସରକାରଙ୍କ ସମ୍ପତି କହିବା ସହ ଏବେବି ଏହି ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ  । ତେଣୁ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ପରେ ଏହାକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି  । ସେପଟେ ବିଜେଡି ଓ ବିଜେପି ତୁ ତୁ ମେଁ ମେଁ ପାଇଁ ବେଗୁନିଆ ବିକାଶରେ ଆଗାମୀ ଦିନରେ ବାଧା ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି ।