ବ୍ରାହ୍ମଣୀ ନଦୀରେ ୩ୟ ବନ୍ୟା, ବିଭିନ୍ନ ଅଞ୍ଚଳ ଜଳମଗ୍ନ
ପଟ୍ଟାମୁଣ୍ଡାଇ : ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହଗାଁ ପଞ୍ଚାୟତରେ ଚଳିତବର୍ଷର ୩ୟ ବନ୍ୟା ଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଞ୍ଚଳ ସିଂହଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି ସିଂହଗାଁ ପଞ୍ଚାୟତର କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ଅଳପୁଆ ପଞ୍ଚାୟତ,ତରଡ଼ିପାଳ ପଞ୍ଚାୟତ, ପେଣ୍ଠପାଳ ପଞ୍ଚାୟତ,ଅଣ୍ଢରା ପଞ୍ଚାୟତ, ଅମୃତମଣୋହି ପଞ୍ଚାୟତବଲୁରିଆ ପଞ୍ଚାୟତର ଅଞ୍ଚଳର ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ମାଡି ଯାଇଛି । ନିକଟ ଅତୀତ ରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ଓ ସମ୍ପ୍ରତି ବନ୍ୟା ବିପନ୍ନ ଅଞ୍ଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ବ୍ରାହ୍ମଣୀରେ ବାରମ୍ବାର ବନ୍ୟା ଆସିବା ଫଳରେ ବ୍ୟାପକ ଫସଲହାନୀ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ମୁଲିଆଶ୍ରେଣୀର ଲୋକମାନେ କାମକୁ ଯାଇନପାରି ହଇରାଣ ହେଉଛନ୍ତି । ଚଳିତ ବନ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ର୍ନିେଦ୍ଦଶରେ ପ୍ରଶାସନ ସଜାଗ ରହିଛି ।