ଦାୟିତ୍ୱ ନେଲେ ପ୍ରତୀକ ସିଂ
ପୁରୀ : ପୁରୀର ନୂତନ ଏସ୍.ପି ଭାବେ ପ୍ରତୀକ ସିଂ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍.ପି ତଥା ଉତ୍ତରାଞ୍ଚଳ ଡ଼ି.ଆଇ.ଜି ପିନାକ ମିଶ୍ରଙ୍କ ଠାରୁ ଶ୍ରୀ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ଶ୍ରୀ ସିଂ ପୁରୀ ଆସି ସିଂହଦ୍ୱାର ସମ୍ମୁଖରେ ଶାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରକୁ ପ୍ରତ୍ୟହ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ପୁରୀ ଆସି ସୁଖଦ ଅନୁଭୂତି ନେଇ ଫେରିବେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତାହା ତାଙ୍କର ପ୍ରାଥମିକତା ହେବ ବୋଲି ଶ୍ରୀ ସିଂ କହିଛନ୍ତି । ଏଥିପାଇଁ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପର୍ଯ୍ୟଟକଙ୍କ ଦର୍ଶନ ଓ ସୁରକ୍ଷାକୁ ସେ ଗୁରୁତ୍ୱ ଦେବେ । ଅପରାଧ ଓ ଅପରାଧୀଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନାହିଁ । ସହରରେ ବୃଦ୍ଧି ପାଇ ଚାଲିଥିବା ଅବାଧ ନିଶା କାରବାର ଉପରେ ଅଙ୍କୁଶ ଲଗାଯିବ । ପୁରୀ ଜିଲ୍ଳା ପୁଲିସ ପ୍ରଶାସନ ପାଖରେ ଅନେକ ଦକ୍ଷ ଓ ଅଭିଜ୍ଞ ଅଧିକାରୀ ଅଛନ୍ତି । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା, ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ସହ ପୁଲିସ ସେବା ମନଭାବ ନେଇ କାର୍ଯ୍ୟ କରିବାକୁ ପୋଲିସ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।