ସବଜୋନାଲ କ୍ରୀଡା ଅନୁଷ୍ଠିତ
ଭଣ୍ଡାରିପୋଖରୀ: ସ୍ଥାନୀୟ ହାରାମଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତିମ ସବ ଜୋନାଲ କ୍ରୀଡା ପ୍ରତିଯୋଗୀତା ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ପହିଙ୍କ ପୌରହିତ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଜୋନାଲ କ୍ରୀଡା ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗରେ ଫୁଟବଲ, ଭଲିବଲ, କବାଡି, ଯୋଗ ଓ କନିଷ୍ଠ ବର୍ଗରେ ଖୋ ଖୋ ଓ ବ୍ୟାଡମିଣ୍ଟନ ବିଭାଗରେ ଅନୁଷ୍ଠିତ ଏକଦିବସୀୟ ପ୍ରତିଯୋଗୀତାରେ ୧୨ଟି ବିଦ୍ୟାଳୟର ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ କ୍ରୀଡା ଶିକ୍ଷୟତ୍ରୀ ବିକଶି ସାହୁ, ମାନସ ସାହୁ, ସୁଧାକର ମହାପାତ୍ର, ପ୍ରଶାନ୍ତ ଜେନା, ପୂର୍ଣ୍ଣିର୍ମା ମହନ୍ତ କ୍ରୀଡା ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ଶେଷ୍ଠ ପ୍ରତିଯୋଗୀଙ୍କୁ ନେଇ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି କ୍ରୀଡଶ ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।