ବ୍ରିଜ ତଳୁ ବାଲି ନେଉଛି ଠିକାସଂସ୍ଥା  : ବ୍ରାହ୍ମଣୀ ସେତୁ ପ୍ରତି ବଢୁଛି ବିପଦ 

କବାଟବନ୍ଧ: ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ରାଜପଥ ସମ୍ପ୍ରସାରଣ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କବାଟବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜ କାମ ଚାଲୁ ରହିଛି । ଏହାକୁ ଏମ୍ଏସ୍ଆଇଏଲ୍ ନାମକ ଠିକା ସଂସ୍ଥା କାମ କରୁଛି । ଯାହାକି ପୁରୁଣା ସେତୁ ପ୍ରତି ବିପଦ ସୃଷ୍ଟିକରୁଛି । ସେତୁକୁ ସୁରକ୍ଷା ଦେବା ପରିବର୍ତେ ବିପଦ ସୃଷ୍ଟି କରୁଛି ସେତୁ ନିର୍ମାଣ କାରୀ ଠିକା ସଂସ୍ଥା । ଏହି ବ୍ୟସ୍ତ ବହୁଳ ରାସ୍ତା ତଥା ଖଣି ଅଞ୍ଚଳର ଜୀବନରେଖା ବୋଲି କୁହାଯାଏ । ବେଆଇନ ଭାବେ ଉକ୍ତ ବ୍ରିଜ ତଳୁ ବାଲି ତାଡ଼ି ନେଇ ବିଭିନ୍ନ ନିର୍ମାଣ କାମରେ ଲଗାଉଛି ଠୀକା ସଂସ୍ଥା । ଯାହାଫଳରେ ବ୍ରିଜ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏହି ଅଞ୍ଚଳରେ ନିତିଦିନିଆ ହୋଇଗଲାଣି । ଲଘୁ ଖଣି ବିଭାଗର ଦାୟିତ୍ୱହୀନ ପାଇଁ ବେଆଇନ କାର୍ଯ୍ୟ ସମ୍ଭବ ହୋଇପାରୁଛି । ତେବେ ଠିକା ସଂସ୍ଥା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆର୍ଥôକ ଚୁକ୍ତି ହୋଇଥିବାର ଚର୍ଚ୍ଚା ହେଉଛି । ଉତୋଳନ କରି ବିଭିନ୍ନ ସ୍ଥାନକୁ ପରିବହନ କରିବା ଅଭିଯୋଗ ହେଉଥିଲେ ମଧ୍ୟ ଲଘୁ ଖଣିଜ ସମ୍ପଦ ବିଭାଗ ଓ ଜାତୀୟ ରାଜପଥ କର୍ତୃପକ୍ଷ ଏଥିପ୍ରତି ସଚେତନ ହେଉ ନାହାଁନ୍ତି । ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ ସଞ୍ଚୟ କରି ପାରୁ ନାହାଁନ୍ତି ଉଭୟ ବିଭାଗର ଅଧିକାରୀ । ଏ ସମ୍ବନ୍ଧରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।