ଅହମ୍ମଦନଗର ୟୁଥ କ୍ଲବର ରକ୍ତଦାନ ଶିବିର

 ବ୍ୟାସନଗର: ପୌରାଞ୍ଚଳ ଅହମ୍ମଦନଗର ୟୁଥ କ୍ଲବ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅହମ୍ମଦନଗର ୟୁଥ କ୍ଲବ ଏବଂ ଏସ୍କେଏସ୍ ଫାଉଣ୍ଡେସନ ସହଭାଗିତାରେ ସ୍କାଏ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅତିଥି ଭାବେ ଜମିଆତ ଉଲ୍ମାର ସାଧାରଣ ସମ୍ପାଦକ ମୌଲାନା ଆକ୍ରମ ତକି, ଟାଟା ଷ୍ଟିଲର ପ୍ରକଳ୍ପ ମୁଖ୍ୟ ପରିମଳ ବଂଶଲ, ମୌଲାନା କଲିମୁଦ୍ଧିନ ହବିବ, ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଏସ୍କେଏସ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଏସ୍କେ ସଲାଉଦ୍ଦିନ, ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ, ବିଶ୍ୱନାଥ ସେଠୀ, ଅହମ୍ମଦନଗର ୟୁଥ କ୍ଲବର ଅଧ୍ୟକ୍ଷ ଏସ୍କେ ସର୍ଫରାଜ ନୱାଜ, ସମ୍ପାଦକ ନିଆଜୁଦ୍ଦିନ ଖାନ,ଏସକେ  ମୋକାଦର,ଏସକେ ଜାହିଦ,ମୋଦାସର ବଦର,ମୋତଲବ ଅଲ୍ି,ମୋକିମ ଅଲିତ ଖାନ,ଖଲିଦ ମଦାନୀ,ଆରିଫ ଇକବାଲ,ଏସକେ ଅସଜାଦ,ଅନିଶ ଅହମ୍ମଦଙ୍କ ସହ କ୍ଲବର ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।