ଭଦ୍ରକ ଜଗିବେ ରାପିଡ୍ ଆକ୍ସନ ଫୋର୍ସ
ଭଦ୍ରକ: ଶ୍ରୀରାମ ନବମୀ ମହୋତ୍ସବ ପାଇଁ ସଜେଇ ହେଉଛି ଭଦ୍ରକ । ଆସନ୍ତା ୬ ତାରିଖରେ ଐତିହାସିକ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଥିବା ବେଳେ ବିଶାଳ କଳସ ଶୋଭାଯାତ୍ରା ହେବ । ରାମନବମୀକୁ ନେଇ ଭଦ୍ରକ ସହର ଚଳଚଞ୍ଚଳ ଥିବାବେଳେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ପୁଲିସ ପକ୍ଷରୁ ସହରରେ ବିଶାଳ ଫ୍ଲାଗ୍ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ୍ମାର୍ଚ୍ଚରେ କେନ୍ଦ୍ରୀୟ ସୁରକ୍ଷା ବଳର ବିଏସଏଫ, ସିଆରପିଏଫ ଓ ରାପିଡ଼ଆକ୍ସନ ଫୋର୍ସର ଗୋଟିଏ ଲେଖାଏଁ କମ୍ପାନୀ ସମେତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି । ସିଟି ଡିଏସ୍ପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଫାଇନାଲ ରିହରସେଲ ତଥା ଫ୍ଲାଗମାର୍ଚ୍ଚ ବାଇପାସ୍ ଛକରୁ ବାହାରି କଦମବେଡା, ଚନ୍ଦନବଜାର, ପୁରୁଣାବଜାର, ଲାହାପଟ୍ଟୀ, ସନ୍ଥିଆ ସହିତ ସମ୍ପୂର୍ଣ୍ଣ ସହର ପରିକ୍ରମା କରିଛି ।