ବ୍ଲକରେ ମାଟ୍ରିକ ପାସ ହାର ୯୮%
ଆସିକା : ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୩୩ ଗୋଟି ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପାସ ହାର ୯୮. ୪୦ ହୋଇଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଳିତ ଶିକ୍ଷା ବର୍ଷ ରେ ଆସିକା ବ୍ଲକର ୩୩ ସରକାରୀ ଓ ବ୍ଲକ ଗ୍ରାଣ୍ଟ ସ୍କୁଲରେ ୧୭୭୪ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିଥିଲେ । ସେଥିରୁ ମୋଟ ୧୭୬୩ ଜଣ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ-୧ ରେ ୦୧ ଜଣ, ଏ- ୨ ରେ ୪୧ ଜଣ, ବି-୧ ରେ ୧୪୮ ଜଣ, ବି-୨ ରେ ୪୧୧ ଜଣ, ସି ରେ ୫୮୩ ଜଣ, ଡି-ରେ ୪୨୭ ଜଣ, ଇ ରେ ୧୧୪ ଜଣ ମିଶି ମୋଟ ୧୭୨୫ ପାସ ହୋଇଥିବା ବେଳେ ୨୮ ଜଣ ଫେଲ ହୋଇଛନ୍ତି । ଆସିକା ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଏବିଇଓ ବିଭୁ ନନ୍ଦନ ପଣ୍ଡା, ଭଞ୍ଜ ବେହେରା, ଶିବ ରାମ ବେହେରା ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି । ବିଦ୍ୟାଳୟର ପ୍ରଧାଶିକ୍ଷକ ଓ ଶିକ୍ଷୟତ୍ରୀ, ସିଆର ସି ସି ଏବଂ ଅଭିଭାବକ ମାନଙ୍କ ଉଦ୍ୟମ ଫଳରେ ଶିକ୍ଷାର ଗୁଣାତ୍ମକ ମାନ ସାମାନ୍ୟ ବୃଦ୍ଧି ପାଇଛି ।