ନିଶାମଣି ବିଦ୍ୟାଳୟର ବାର୍ଷିକୋତ୍ସବ
ବରଗଡ: ସ୍ଥାନୀୟ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡ. ସଂଗୀତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଏଡିଇଓ ଜ୍ୟୋତିକାନ୍ତ ସାହୁ, ମୁଖ୍ୟବକ୍ତା ଭାବେ ଡ. ସୁଜିତ କୁମାର ପୃଷେଠ, ସମ୍ମାନିତ ଅତିଥି ଭାବେ ଡଃ. ସୁରେନ୍ଦ୍ର କୁମାର ସାହୁ, ବିଇଓ, ସ୍କୁଲ ପରିଚାଳନା କମିଟିର ସଭାପତି ଗଣେଶ ଭୋସାଗର, ପଞ୍ଚସଖା ଶିକ୍ଷାସେତୁର ସଭାପତି ଶଶିଭୂଷଣ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ରୋଜାଲିନ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭାର ସଂଯୋଜନା କରିଥିବାବେଳେ ମନୋହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ. ରଥଙ୍କ ରଚିତ ପ୍ରାରମ୍ଭିକ ସଂଗୀତ ଛାତ୍ରଛାତ୍ରୀମାନେ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ମାସିକ ପ୍ରାଚୀର ପତ୍ରିକା "ଉତ୍ସ’ର ବାର୍ଷିକ ଉତ୍ସବ ବିଶେଷାଙ୍କ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ରଙ୍କୁ ନେଇ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ନନ୍ଦକୁମାର ମିଶ୍ର, ସନ୍ତୋଷୀ ଅଗ୍ରୱାଲ, ପ୍ରଶାନ୍ତି ପଣ୍ଡା, ମନୀଷା ସାହୁ, ସଞ୍ଜୁରାଣୀ ଦେବତା, ପ୍ରେମଲତା ସାହୁ, ସୌମ୍ୟ ବିଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।