ପିଏମ୍ଶ୍ରୀରେ ସଂକୁଳସ୍ତରୀୟ କଳା ଉତ୍ସବ 

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ଜାତୀୟ ଏକତା ପର୍ବ ଅନ୍ତର୍ଗତ ସଂକୁଳସ୍ତରୀୟ କଳା ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସମେତ କୋରାପୁଟ, ସୁନାବେଡ଼ା, ମାଲକାନଗିରି, ରାୟଗଡ଼ା, ଗୁଣୁପୁର, ଗଜପତି ସ୍ଥିତ ୭ଟି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ନବରଙ୍ଗପୁର ସ୍ଥିତ ସିଆରପିଏଫ କମାଣ୍ଡଟ ନନ୍ଦ କିଶୋର କୁମାର ପ୍ରାସାଦ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କଳା, ଶିକ୍ଷା ଓ କ୍ରୀଡ଼ାର ମିଳିତ ଉନ୍ନତିରେ ହିଁ ଛାତ୍ରର ଉନ୍ନତୀ ବୋଲି ପ୍ରକାଶ କରିବା ସହ ଏ ଦିଗରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ଉତ୍ସବରେ ସାଂସ୍କୃତିକ ତଥା ଲୋକ ନୃତ୍ୟ, ବାଦ୍ୟ ଯନ୍ତ୍ର, ଥିଏଟର, କଳାଚିତ୍ର, ପାରମ୍ପରିକ କାହାଣୀ କଥନ ଭୋଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବରେ ପ୍ରସିଦ୍ଧ ବାଦ୍ୟଶିଳ୍ପୀ ତଥା ସଙ୍ଗୀତ ଗୁରୁ ଡକ୍ଟର ବାଲାଜୀ କିଶୋର ରାୟ, ନୃତ୍ୟ ଗୁରୁଟି ନିବେଦିତା, ଅଭିନେତା ହିମାଂଶୁ ରଞ୍ଜନ ମହାନ୍ତି ଏବଂ ନନ୍ଦାହାଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ପବିତ୍ର ଦତ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।    ଉଦ୍ୟାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବରେ ଜିଲ୍ଲା ସବ୍ରେଜିଷ୍ଟ୍ରାର ସୁଶ୍ରୀ ମୀରା ନାୟକ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଭୂମିକାକୁ ବିଦ୍ୟାଳୟର  ଅଧ୍ୟକ୍ଷ  ପ୍ରଶଂସା କରିଥିଲେ ।