ବିବେକାନନ୍ଦଙ୍କ ଉପରେ ଆଲୋଚନାଚକ୍ର
ବଲାଙ୍ଗିର: ଯୁଗଜନ୍ମା ବିବେକାନନ୍ଦଙ୍କ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଭାପତି ଡ.ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ମୁଖ୍ୟବକ୍ତା ଭାବରେ ପ୍ରବଚକ ବଂଶୀଧର ଦାନୀ, ଅତିଥି ଭାବରେ କବୟିତ୍ରୀ ତଥା ଉପସଭାପତି ଅଘରିଆ ସମାଜ(ବଲାଙ୍ଗିର)ର ଲିଲି ପଟେଲ, ପରିଷଦର ସଚିବ ରାମଚନ୍ଦ୍ର ପଟେଲ ମଞ୍ଚାସୀନ ଥିଲେ । ସଭା ପ୍ରାରମ୍ଭରେ ସଚିବ ରାମଚନ୍ଦ୍ର ପଟେଲ ସଭାପତିଙ୍କ ଆମନ୍ତ୍ରଣ କ୍ରମେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂପର୍କରେ ସଭାରେ ଅବଗତ କରାଇଥିଲେ । ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତି, ସଭ୍ୟତା ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ । ବକ୍ତା ବଂଶୀଧର ଦାନୀ ବିବେକାନନ୍ଦଙ୍କୁ ଭାରତ ରନô ଦେବା ପାଇଁ ଦାବି କରିଥିଲେ । ବିବେକାନନ୍ଦ ହିନ୍ଦୁଧର୍ମର ବିଶ୍ୱ ପ୍ରଚାରକ ଏବଂ ପ୍ରବଚକ ଥିଲେ ବୋଲି ମୁଖ୍ୟଅତିଥି ପରମାନନ୍ଦ ସରସ୍ୱତୀ ଅଭିମତ ରଖିଥିଲେ । ଅତିଥି ଲିଲି ପଟେଲ କବିତା ମାଧ୍ୟମରେ ବିବେକାନନ୍ଦଙ୍କ ଯଶଗାନ କରିଥିଲେ । ବିବେକାନନ୍ଦଙ୍କ ଉପରେ ଏକ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ କସ୍ତୁରୀ ରଥ, ବଳିଷ୍ଠ ପଧାନ, ସନ୍ତୋଷ କୁମାର ନାଏକ, ଲିଲି ପଟେଲ, ହୃଷିକେଶ ପୁରୋହିତ, କୁମୁଦିନୀ ପୃଷ୍ଟି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପରିଶେଷରେ ପରିଷଦର କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଧନ୍ୟବାଦ ପ୍ରସ୍ତାବ ଆଗତ ପରେ କୁମୁଦିନୀ ପୃଷ୍ଟି ଶାନ୍ତି ପାଠ କରିଥିଲେ ।