ବଡ଼ ସରକାର ବାବାଙ୍କ "ଫାତେହା’ ଉଦ୍ୟାପିତ

 ଭଦ୍ରକ:  ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ଠାରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀଙ୍କ  ୧୧ତମ ବାର୍ଷିକ "ଫାତେହା’ ପର୍ବ ପାଳିତ ହୋଇଯାଇଛି । ଏହି ଫାତେହା ଉସôବ ଖାନକାହା ଗୁଲଶନେ ଗୌସପାକ ଟ୍ରଷ୍ଟର ସଭାପତି ହାଜି ଓ ହାଫିଜ ଶେଖ ମହମ୍ମଦ ଇସହାକଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଅତା ମୋହିଉଦ୍ଦିନଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା  ରାଜ୍ୟ ତଥା ରାଜ୍ୟ ବାହାରୁ କଲିକତା, ବିହାର,ଏଲ୍ଲାହାବାଦ, ହାଇଦ୍ରାବାଦ, ଦିଲ୍ଲୀ, କାଶ୍ମୀର ସହିତ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ବାବାଙ୍କ ଭକ୍ତ ଯୋଗ ଦେଇଥିଲେ । ଏହି ଉସôବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ଏବଂ ପ୍ରତ୍ୟେକ ଭକ୍ତମାନେ ସଦ୍ଭାବନାର ପ୍ରତୀକ ବଜାୟ ରଖି ଓ ଭଦ୍ରକ ଭାଇଚାରାକୁ ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉସôବକୁ ସଫଳ କରିଥିଲେ । ଅର୍ଦ୍ଧରାତ୍ରିରେ ବଡ଼ ବାବାଙ୍କ ସମାଧି ପୀଠରେ ସ୍ନାନ କରି କମିଟିର ଚାଦର ଚଢ଼ା ଯାଇଥିଲା । ସକାଳ ନମାଜପାଠ ସାରି କୋରାନଖାନୀ, ମିଲାଦ ସରିଫ ଏବଂ "ଫାତେହା ଉସôବ’ କାର୍ଯ୍ୟକ୍ରମ ହେଇଥିଲା । ଖାନକାହା ଠାରେ ଫ୍ରି ଟି ଷ୍ଟଲ, ମାଗଣା ଔଷଧ ଦିଆଯାଇଥିଲା । ବଜମେ ହବିବ କମିଟି ଓ କାଦିରୀ ବୀରାଦରାନ ତରଫରୁ ଲଙ୍ଗର କରାଯାଇଥିଲା ବାଲେଶ୍ୱର ରୂପସାରୁ  ଆସି ଭକ୍ତ ପହଂଚିଥିବାରୁ ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କୀ ଦାଲୱାଜି ହବିବ ଉପସ୍ଥିତ ରହି ଉତ୍ତରୀୟ ପ୍ରଦାନ କରିଥିଲେ । ଶାନ୍ତି କମିଟିର ସଭ୍ୟ ସୁଧାକର ରାଉତ , ଅତୀଶ ବେହେରା, ଅଶୋକ ଦାସ , ଗୌରାଙ୍ଗ ପଣ୍ଡା, ହୃଦାନନ୍ଦ ବେହେରା ପ୍ରମୁଖ ଖାନକାହା ପରିଦର୍ଶନ କରିଥିଲେ ।