କମୁଛି ଭୂତଳ ଜଳସ୍ତର

ଭଣ୍ଡାରିପୋଖରୀ,: ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବ୍ୟାପକ ଭାବେ ଉଠାଜଳସେଚନ ପ୍ରକଳ୍ପ ମାନ ନିର୍ମାଣ ହେଉଥିବାରୁ ଭୂତଳ ଜଳସ୍ତର ଧୀରେଧୀରେ କମିଯାଉଥିବା ଦେଖାଯାଉଛି । ଫଳରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ବିଭିନ୍ନ ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି । 
ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ·ଷ ଜମି ଗୁଡିକୁ କେନାଲ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସମସ୍ତ ସ୍ଥାନକୁ ପାଣି ପହଞ୍ଚିବା ସମ୍ଭବ ହୋଇନଥାଏ । ବିଶେଷ କରି କେନାଲ ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନଥିବା ବେଳେ ନିଅଣ୍ଟିଆ ବର୍ଷା ମଧ୍ୟ ·ଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ । ଖରିଫ ·ଷକୁ ଛାଡିଦେଲେ ରବି ଋତୁରେ ସହଳ କିସମ ଧାନ ·ଷ ପାଇଁ ପ୍ରଚୁର ପାଣିର ଆବଶ୍ୟକତା ରହିଥାଏ । ଯାହାକି ଜଳସମ୍ପଦ ବିଭାଗ ଯୋଗାଇ ଦେବାକୁ ଅସମର୍ଥ ପ୍ରକାଶ କରିଥାଏ । ତେଣୁ ବିକଳ୍ପ ଜଳସେଚନ ବ୍ୟବସ୍ଥା ଭାବେ ବିଭିନ୍ନ ଅଞ୍ଚଳର ·ଷୀ ମାନେ ଉଠାଜଳସେଚନ ପ୍ରକଳ୍ପକୁ ଆଦରି ନେଇଥାନ୍ତି । ବିଶେଷ କରି ବ୍ଲକର ଛତାବର, ଭାଗଡା, ଡାହାଲା, ନେଉଳିଆ, ଫତେପୁର, ପୁରୀପଡା, ତେରେଣ୍ଡିଆ, ହାଟଡିହି ପ୍ରମୁଖ ସ୍ଥାନ ମାନଙ୍କରେ ସହଳ କିସମ ରବି ଧାନ·ଷ ହୋଇଥାଏ । ତେଣୁ ଏଠାରେ ଉଠାଜଳସେଚନ ନିଗମ ପକ୍ଷରୁ ସାଲୋ ପଏଣ୍ଟ ମାନ ନିର୍ମାଣ ହୋଇଥିବା ବେଳେ ଏହାଦ୍ୱାରା ·ଷୀ ମାନେ ବେଶ ଉପକୃତ ହୋଇଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସାଲୋ ପଏଣ୍ଟ ଗୁଡିକ ୨୦୦ରୁ ୩୦୦ମିଟର ଯାଏଁ ଖୋଳାଯାଉଥିବା ବେଳେ ସଂଲଗ୍ନ ଗ୍ରାମର ବିଭିନ୍ନ ନଳକୂପ ଗୁଡିକ ୯୦ରୁ ୧୦୦ମିଟର ଯାଏଁ ଖନନ ହେଉଛି । ଆଗାମୀ ଦିନରେ ଏଭଳି ସମସ୍ୟା ବିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏହା ଉପରେ ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି ହୋଇଛି ।