ପନôୀ ହତ୍ୟାକାରୀକୁ ଆଜୀବନ
ବାଣପୁର : ଝରିଆଟାଙ୍ଗୀ ପନôୀ ହତ୍ୟା ମାମଲାରରେ ବାଣପୁର ସର୍କିଟ କୋର୍ଟରେ ରାୟ ପ୍ରକାଶ ପାଇଛି । କତୁରୀରେ ସ୍ତ୍ରୀର ଗଣ୍ଡି ମୁଣ୍ଡ ଅଲଗା କରିଥିବା ସ୍ୱାମୀକୁ ଅତିରିକ୍ତ ଜିଲ୍ଲା ଜର୍ଜ ଆଜୀବନ ଜେଲ ଦଣ୍ଡଦେଶ ସହ ଦଶ ହଜାର ଟଙ୍କା ଜରିମାନା ଦେବ ପାଇଁ ଆଦେଶ ଦେଇଛନ୍ତି । ଜରିମାନା ଅନାଦୟେ ଅଧିକ ଛ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ବାଣପୁର ଥାନା ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମର ସ୍ୱର୍ଗତ ବିରୁପାକ୍ଷ ରାଉତରାୟଙ୍କ ପୁତ୍ର ବିଭୁଦତ୍ତ ସତର ବର୍ଷ ତଳେ ନାଚୁଣୀ ଲୁହାକୋଟ ଗ୍ରାମର ରାଜ କିଶୋର ପ୍ରଧାନଙ୍କ ଝିଅ ନମିତାଙ୍କୁ ଦ୍ୱତୀୟ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡା ହେଉଥିଲା । ଗତ ୨୦୨୦ ନଭେମ୍ବର ୨୩ତାରିଖ ଦିନ ଅଭିଯୁକ୍ତ ବିଭୁଦତ୍ତ କାଠ ହାଣିବା ପାଇଁ କତୁରୀ ଧାର କରୁଥିବା ବେଳେ ନମିତା ତାକୁ ଖାଇବା ପାଇଁ ଡାକିଥିଲା । ବିଭୁଦତ୍ତ ମନା କରିବାରୁ ନମିତା ପୁଣି ଥରେ ଡାକିବାରେ ସେ ଉତ୍ୟକ୍ତ ହୋଇ କତୁରୀରେ ଆକ୍ରମଣ କରି ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲା । ନମିତାଙ୍କ ବାପା ରାଜକିଶୋରଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାର ତକôାଳୀନ ଥାନା ଅଧିକାରୀ ସଞ୍ଜୟ ପଟନାୟକ ତଦନ୍ତ କରି ବିଭିନ୍ନ ଦଫାରେ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲେ । ଶୁଣାଣିରେ ସାକ୍ଷ୍ୟ ପ୍ରମାଣ ସହ ପାରିପାର୍ଶ୍ୱିକ ଅବସ୍ଥା ଓ ଶବ ବ୍ୟବଛେଦ ରିପୋର୍ଟକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ରଞ୍ଜୁ ଲତା ଲେଙ୍କା ବାଣପୁର ସର୍କିଟ କୋର୍ଟରେ ବିଭୁଦତ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଦେଶ କରିଥିବା ସରକାରୀ ଓକିଲ ରଞ୍ଜନ କୁମାର ପଟନାୟକଙ୍କ ପ୍ରକାଶ କରିଛନ୍ତି ।