ବଡ଼ାମରା ଚାକୁଳିଆ ରେଳପଥକୁ ଫୋରମର ସ୍ୱାଗତ
ବେତନଟୀ: ମହାମହିମ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ଜିଲ୍ଲାର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ତିନିଗୋଟି ନୂତନ ରେଳ ପ୍ରକଳ୍ପର ଭୂମିପୂଜନ ହୋଇଯାଇଛି । ତନ୍ମଧ୍ୟରୁ ବାଙ୍ଗିରିପୋଷି ଠାରେ ବୁଡାମରା ଚାକୁଳିଆ (ନୂଆଜାମଶୋଳ) ୬୦ କି.ମି ଦୀର୍ଘ ରେଳପଥ ଅନ୍ୟତମ । ଏହାକୁ ବେତନଟୀର ବୁଡାମରା ଚାକୁଳିଆ ରେଳୱେ ଫୋରମର ସଂପାଦକ ଉମାଶଙ୍କର ଘୋଷ ସ୍ୱାଗତ କରି ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ୨୦୧୯ ଓ ୨୦୨୦ ଦୁଇବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବି ଫୋରମ ଜଣାଇଆସୁଥିଲା । ବେତନଟୀରୁ ସିଧା ଟାଟାନଗର ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଅପେକ୍ଷାକୃତ କମ୍ ଦୂରତା ସଂପନ୍ନ ଏହି ରେଳରାସ୍ତା ଗମନାଗମନ ଓ ବାଣିଜ୍ୟ ବ୍ୟବସାୟର ଯଥେଷ୍ଟ ଉନ୍ନତି ହୋଇପାରିବାର ଆଶା ରଖିଛନ୍ତି ସିଭିଲ ସୋସାଇଟିର ସଭାପତି ଚୂଡାମଣିମହାପାତ୍ର ଓ ସଂପାଦକ ଆଡ଼ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି, ବେତନଟୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଓ ଉପସଭାପତି ରବୀନ୍ଦ୍ରନାଥ ମିଶ୍ର, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତାଙ୍କ ସହ ରେଲୱେ ଫୋରମର ସଭାପତି ଅଜୟ କୁମାର କର ଓ ଉପସଭାପତି ବାସୁଦେବ ନାପିତ ତଥା ବେତନଟୀର ଜନସାଧାରଣଗଣ । ଏଥି ନିମନ୍ତେ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।