ରକ୍ତ କେନ୍ଦ୍ର ସ୍ଥିତି ଅନୁଧ୍ୟାନ କଲେ ଡିପିଏମ
ବ୍ୟାସନଗର : କେନ୍ଦ୍ରିୟ ଡ଼େପୁଟି ଡ଼ଗ୍ସ କଣ୍ଟ୍ରୋଲର ଅରୁପ କୁମାର ଚାଟାର୍ଜୀଙ୍କ ଏକ ଚିଠି ଯାଜପୁର ରୋଡ଼ ରକ୍ତ କେନ୍ଦ୍ରର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଥିଲା । ଉକ୍ତ ଚିିଠିକୁ ଆଧାର କରି ଚଳିତମାସ ୯ତାରିଖରେ ସୂର୍ଯ୍ୟପ୍ରଭାରେ ଯାଜପୁର ରୋଡ଼ ରକ୍ତ କେନ୍ଦ୍ରରେ ତାଲା ପଡ଼ିବ! ଶୀର୍ଷକ ଖବର ପ୍ରକାଶ ପାଇଥିଲା ।
ଜିଲାର ଅନ୍ୟତମ ରକ୍ତ କେନ୍ଦ୍ରର ଲାଇସେନ୍ସ ନବୀକରଣ କିଛି ନିଦେ୍ର୍ଦାଶାବଳୀକୁ ଅନୁପାଳନ କଲେ ମିଳିବାର ଚେତାବନିକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି କରିଥିବା ବେଳେ ଜିଲାପାଳ ଏବଂ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଆଜି ବିଭାଗର ଡ଼ିପିଏମ ବା ଜିଲ୍ଲା ପ୍ରୋଗ୍ରାମ ଅଫିସର ବିଶ୍ୱରଞ୍ଜନ ରଥ ଯାଜପୁର ରୋଡ଼ ମେଡ଼ିକାଲରେ ପହଁଚି ରକ୍ତ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ । ରକ୍ତ କେନ୍ଦ୍ରର ଅଧିକାରୀ ଗୈାତମ ସାହୁଙ୍କ ସହ ଆଲୋଚନା କରି କେନ୍ଦ୍ରିୟ ଡ଼େପୁଟି ଡ଼ଗ୍ସ କଣ୍ଟ୍ରୋଲର ପ୍ରଦତ୍ତ ଚିଠି ଉପରେ ଆଲୋଚନା କରିଥିଲେ । ୬୩ ସ୍କ୍ୱୋୟାର ମିଟର ରକ୍ତ କେନ୍ଦ୍ରଟି ବିଭିନ୍ନ ସ୍ଥାନରେ ଦୁର୍ବଳ ହୋଇପଡ଼ିଥିବାର ଦେଖିଥିଲେ । କେନ୍ଦ୍ରିୟ ଡ଼େପୁଟି ଡ଼ଗ୍ସ କଣ୍ଟ୍ରୋଲର ଚିଠି ଅନୁଯାୟୀ ପରିସର ୧୦୦ ସ୍କ୍ୱୋୟାର ମିଟର ଆବଶ୍ୟକ କରୁଥିବାରୁ କିଭଳି ତାହା ହୋଇପାରିବ, ସେନେଇ ଅନୁଧ୍ୟାନ କରାଯାଉଛି । ସେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲାପାଳଙ୍କୁ ରକ୍ତ କେନ୍ଦ୍ର ସଂପର୍କରେ ଅବଗତ କରିବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଡ଼ିପିଏମ ସୂର୍ଯ୍ୟପ୍ରଭାକୁ କହିଥିଲେ । ପ୍ରକାଶ ଥାଉକି ତା୨୩ା୪ା୨୫ରେ ଯୁଗ୍ମ-ନିରୀକ୍ଷଣ ଦଳ ରକ୍ତ କେନ୍ଦ୍ର ପରିଦର୍ଶନ ବେଳେ କେନ୍ଦ୍ର ପରିଚାଳନା ପାଇଁ ୧୦୦ ସ୍କ୍ୱୋୟାର ମିଟର ପରିସିମା ଦରକାର ବୋଲି ସ୍ପଷ୍ଟ କରିଥିଲେ । ଏଭଳି ରିପୋର୍ଟ ଆଧାରରେ କେନ୍ଦ୍ରିୟ ଡ଼େପୁଟି ଡ଼ଗ୍ସ କଣ୍ଟ୍ରୋଲର ପକ୍ଷରୁ ରାଜ୍ୟ ଡ଼୍ରଗ୍ସ କଣ୍ଟ୍ରୋଲର ଏବଂ ଯାଜପୁର ରୋଡ଼ ରକ୍ତ କେନ୍ଦ୍ର ଅଧିକାରୀଙ୍କୁ ସ୍ପଷ୍ଟ ଭାବେ ଅବଗତ କରିଥିଲେ କି ଯଦି ୩ମାସ ମଧ୍ୟରେ ଯାଜପୁର ରୋଡ଼ ରକ୍ତ କେନ୍ଦ୍ରର ଆବଶ୍ୟକ ଭିତିଭୂମି ପ୍ରସ୍ତୁତ କରାନଯାଏ, ତେବେ ରକ୍ତ କେନ୍ଦ୍ରର ଲାଇସେନ୍ସକୁ ବାତିଲ କରିଦିଆଯିବ । କେନ୍ଦ୍ରିୟ ଡ଼୍ରଗ୍ସ କଣ୍ଟ୍ରୋଲର ଚିଠି ପାଇବା ପରେଯାଜପର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ସୂଚନା ଥାଉକି ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ୧୯୮୩ ମସିହାରେ ଯାଜପୁର ରୋଡ଼ ମେଡ଼ିକାଲ ପରିସରରେ ରକ୍ତ ଭଣ୍ଡାର ଖୋଲାଯାଇଥିଲା । ୨୫୦ ରକ୍ତ ସଂରକ୍ଷଣ ବ୍ୟବସ୍ଥା ଥିବା ଏହି ରକ୍ତ କେନ୍ଦ୍ର ଉପରେ କୋରେଇ, ସୁକିନ୍ଦା, ଧର୍ମଶାଳା ଭଳି ଯାଜପୁର ଜିଲାର ୩ଗୋଟି ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ପଡ଼ୋଶୀ ଜିଲାର ଲୋକ ନିର୍ଭର କରିଆସୁଛନ୍ତି ।