ଭକ୍ତର ଭକ୍ତି ପରୀକ୍ଷା
ଇନ୍ଦୁ ଭୂଷଣ ଭୂୟାଁ : ମହାପ୍ରଭୁଙ୍କ ପୁଣ୍ୟ ପାବନ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ନେଇ ଅନେକ ଦିବ୍ୟଲୀଳା ଓ ମହିମା ରହିଛି । ସେଥିଭିତରୁ ଅନେକ ଘଟଣା ଦିବ୍ୟଲୀଳା ଭାବେ ଭକ୍ତଜନ ଜାଣିଥିଲାବେଳେ ଏଯାବତ ଅନେକ ଅନାଲୋଚିତ ତଥ୍ୟ ସବୁ ରହିଯାଇଛି ଲୋକଲୋଚନର ଉହାଡ଼ରେ । ମହାପ୍ରଭୁଙ୍କ ଲୀଳାମହାତ୍ମ୍ୟ ବର୍ଣ୍ଣନା କଲାବେଳେ ଅନେକ ଦିନ ତଳେ ପଢ଼ିଥିବା ଭକ୍ତ ଶଙ୍କର ଦେବଙ୍କ ଏକ ହୃଦୟସ୍ପର୍ଶୀ ଘଟଣାଟି ଆମେ ଏଠାରେ ଉପସ୍ଥାପନ କରୁଛୁ ।
ରାତି ଅଧ, ଗାଢ଼ନିଦ୍ରାରେ ଥାନ୍ତି ଶ୍ରୀକୃଷ୍ଣ ଭକ୍ତ ଶଙ୍କରଦେବ । ହଠାତ ତିନି ବିରାଡ଼ି ଆସି ତାଙ୍କ ସ୍ୱପ୍ନରେ ଉଭା ହେଲେ । କଳା, ଧଳା ଓ ହଳଦିଆ ରଙ୍ଗର ତିନି ବିରାଡ଼ି ମଣିଷ ପରି କଥା କହୁଥାନ୍ତି । ଶଙ୍କର, ତୁମେ ସିନା ଆମ ପ୍ରସାଦ ଖାଉ ନାହଁ, କିନ୍ତୁ ଆମେ ତୁମ ପ୍ରସାଦ ଖାଇବାକୁ ଆସିଥିଲୁ । ଆମକୁ ପ୍ରସାଦ ଖାଇବାକୁ ଡାକିଲ, ପୁଣି ଶିଷ୍ୟଙ୍କ ଦ୍ୱାରା ଘଉଡାଇଲ କାହିଁକି? ଏତିିକିରେ ସ୍ୱପ୍ନ ଭାଙ୍ଗିଗଲା । ଶଙ୍କରଦେବ ଅନୁଭବ କଲେ ରତ୍ନସିଂହାସନ ପାଖରେ ସୁଗନ୍ଧିତ ବାସ୍ନା । ମହ ମହ ବାସୁଥାଏ, ମହାପ୍ରସାଦ ବାସ୍ନା ଭଳି ବାସ୍ନା ବାହାରୁଥିବାରୁ ସେ ଉଠି ଶିଷ୍ୟ ମାନଙ୍କୁ ଡାକିଲେ ଜାଣିପାରିଲେ ଶ୍ରୀଜୀଉ ମାନଙ୍କର ମାୟା । ୧୪୭୯ ମସିହା, ଆସାମରୁ ପୁରୀ ଆସିଥିଲେ ଶଙ୍କରଦେବ । ଶ୍ରୀକୃଷ୍ଣଙ୍କ ଉପାସକ ଶଙ୍କରଦେବ, ଶ୍ରୀକୃଷ୍ଣଙ୍କ ଭଜନକୀର୍ତ୍ତନ ବ୍ୟତୀତ ଅନ୍ୟ କୌଣସି ଦେବଦେବୀଙ୍କ ବାଣୀ ପ୍ରଚାର କରୁନଥିଲେ । ଏପରିକି ଅନ୍ୟ ଦେବଦେବୀଙ୍କ ମନ୍ଦିରକୁ ମଧ୍ୟ ଯାଉନଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ଶ୍ରୀକୃଷ୍ଣ ଓ ବଡ଼ ଠାକୁରଙ୍କୁ ଶ୍ରୀବଳଭଦ୍ର ଭାବି ଶ୍ରୀମନ୍ଦିର ଯାଉଥିଲେ । ହେଲେ ପ୍ରସାଦ ଖାଉ ନଥିଲେ । ଶିଷ୍ୟଙ୍କୁ ମଧ୍ୟ ସେ ଏକଥା କହିଥିଲେ । ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିବା ଓ ପ୍ରସାଦ ପାଇବା ଭକ୍ତିର ବ୍ୟଭିଚାର ବା ଐକାନ୍ତିକ ଭକ୍ତି ନୁହେଁ ବୋଲି ସେ ବର୍ଣ୍ଣନା କରିଥିଲେ । ମାତ୍ର ଭକ୍ତି ଓ ପ୍ରସାଦରେ ଯେ ଭକ୍ତର ଭକ୍ତି ପରୀକ୍ଷା ହୁଏ ତାହା ନୁହେଁ । ଏକଥା ନିଜେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଣାଇ ଦେଇଥିଲେ । ତାଙ୍କର ପୂର୍ବ ଭାବନାକୁ ସେ ନିଜକୃତ ଭାଗବତର ଦ୍ୱିତୀୟ ସ୍କନ୍ଦରେ ବର୍ଣ୍ଣନା କରିଛନ୍ତି । ଏହି ଭାବନା ନେଇ ଶ୍ରୀଲୋକନାଥ ମନ୍ଦିର ରସ୍ତାରେ ଥିବା ଏକ ଆଶ୍ରମରେ ରହି ଶ୍ରୀକୃଷ୍ଣାମୃତ ପ୍ରଚାର କରୁଥିଲେ । ଏହାଦେଖି ଶଙ୍କରଦେବ ବିରାଡ଼ିଙ୍କୁ ଖାଇବା ପାଇଁ ଦେବାକୁ କହିଥିଲେ । ବିରାଡ଼ି ତିନିଟି କିଛି ପ୍ରସାଦ ଖାଇ ଫେରିଯାଇଥିଲେ । ପରେ ବାଳଭୋଗ ବଦଳାଯାଇ ଥିଲା । ନୂଆ ଭୋଗ ଆସି ବାଳଭୋଗ ହେଲା । ହେଲେ ବିରାଡ଼ି ତିନିଟିଙ୍କ କଥାକୁ ସେ ଭାବି ଚାଲିଲେ । ରାତିରେ ଶୋଇବା େବେଳ ସେ ସ୍ୱପ୍ନରେ ଦେଖି ଶ୍ରୀଜୀଉମାନଙ୍କ ପ୍ରସାଦ ଉପରେ ଥିବା ତାଙ୍କର ଭାବନା ବଦଳିଥିଲା । ପରଦିନ ଶଙ୍କରଦେବ ଶିଷ୍ୟମାନଙ୍କ ଗହଣରେ ଶ୍ରୀମନ୍ଦିର ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ ପରେ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ । ଏହିଦିନ ଏକ ସ୍ମରଣୀୟ ବୈଷ୍ଣବ ଧାରାରେ ମହାପ୍ରସାଦ ପ୍ରଚଳିତ ହେଲା ।
ଜାମସେଦପୁର